ଭଗବାନ ବିଷ୍ଣୁଙ୍କର ଏହି ମନ୍ତ୍ର ପାଠ କରିଲେ ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ

ଭଗବାନ ବିଷ୍ଣୁଙ୍କର ଆରାଧନା ଲାଗି ଅନେକ ସ୍ତ୍ରୋତ୍ର ଅଛି । ହେଲେ ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ବିଷ୍ଣୁ ସହସ୍ରନାମ । ଏହାକୁ ସଂସ୍କୃତରେ ପାଠ କରିବା ବା ଉଚ୍ଚାରଣ କରିବା କଷ୍ଟକର ମନେ ହୁଏ । ତଥାପି ଏହାକୁ ସରଳଭାବେ ଉଚ୍ଚାରଣ କରି ଶୁଭ ଫଳ ପ୍ରାପ୍ତ କରିପାରିବେ । ତେବେ ଜଣେ ଯଦି ଉକ୍ତ ସ୍ତ୍ରୋତକୁ ପାଠ ନ କରି ପାରନ୍ତି, ତେବେ ତାଙ୍କ ପାଇଁ ଅନ୍ୟ ଏକ ମନ୍ତ୍ର ବି ରହିଛି , ଯାହା ପାଠ କରିଲେ ବିଷ୍ଣୁ ସହସ୍ରନାମ ଜପ ଦ୍ୱାରା ଯେଉଁଭଳି ଲାଭ ମିଳିଥାଏ , ଠିକ୍‌ ସେହିଭଳି ଶୁଭ ଫଳ ପ୍ରାପ୍ତ କରି ହେବ ।
ଆସନ୍ତୁ ପ୍ରଥମେ ଜାଣିବା ସେହି ମନ୍ତ୍ରଟି-
‘ ନମୋ ସ୍ତ୍ଵନନ୍ତାୟ ସହସ୍ର ମୂର୍ତ୍ତୟେ, ସହସ୍ର ପାଦାକ୍ଷି ଶିରୋରୁ ବାହବେ । ସହସ୍ରନାମ୍ନେ ପୁରୁଷାୟ ଶାଶ୍ୱତେ, ସହସ୍ର କୋଟି ଯୁଗ ଧାରିଣେ ନମଃ ’
ଏବେ ଆସନ୍ତୁ ଜାଣିବା ,ଏହି ମନ୍ତ୍ର ଜପ କରିଲେ କି ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
ପ୍ରତ୍ୟହ ସକାଳେ ଏହି ମନ୍ତ୍ରର ଜପ କରିଲେ ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂରୀଭୂତ ହୋଇଥାଏ । ଭୀଷ୍ମ ପିତାମହ ଯୁଧିଷ୍ଠରଙ୍କୁ କହିଥିଲେ ଯେ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ସହସ୍ର ନାମ ସ୍ମରଣ କରି ନ ପାରିବେ, ସେମାନେ କେବଳ ଉପରୋକ୍ତ ମନ୍ତ୍ର ଜପ କରିଲେ ସୁଫଳ ପାଇବେ ।

photo–oneindia

ବିଷ୍ଣୁ ସହସ୍ର ନାମ ଜପ କରିବା ମାତ୍ରେ ଜୀବନରେ ଚମତ୍କାର ଘଟେ । ଏହି ମନ୍ତ୍ରକୁ ଶ୍ରବଣ କରିବା ମାତ୍ର ଆପଣଙ୍କର ସାତ ଜନ୍ମ ସଫଳ ହୋଇଯିବ ଓ ଆପଣଙ୍କ ସମସ୍ତ ମନୋକାମନା ପୂରଣ ହୋଇଯିବ ଓ ସମସ୍ତ ଦୁଃଖ କଷ୍ଟ ଦୂରେଇ ଯିବ । ବିଷ୍ଣୁ ସହସ୍ର ନାମକୁ ଆହୁରି କେତେକ ନାମରେ ମଧ୍ୟ ସମସ୍ତେ ଜାଣନ୍ତି । ଯେମିତି କି ଶମ୍ଭୁ, ଶିବ, ଈଶାନ ଓ ରୁଦ୍ର । ଏଥିରୁ ପ୍ରତୀୟମାନ ଯେ ଭଗବାନ ବିଷ୍ଣୁ ଓ ଶିବଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ, ବରଂ ଦୁହେଁ ସମାନ ।

ସମ୍ବନ୍ଧିତ ଖବର