ମୁମ୍ବାଇ: ବଲିଉଡ଼୍‍ରେ ଏମିତି କିଛି ନାୟିକା ଅଛନ୍ତି,ଯେଉଁମାନଙ୍କ ବୟସ ୪୦ ଟପି ଗଲାଣି। ଏମାନେ ବାହା ହୋଇନାହାନ୍ତି। ପ୍ରକାରାନ୍ତରେ କୁହାଯାଇପାରେ ଯେ, ଏମାନେ ଅବିବାହିତା। କିନ୍ତୁ ଏ ବୟସରେ ବି ସେମାନେ ନିଜର ବୋଲ୍‌ଡ଼ ଅବତାର ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି। ଆସନ୍ତୁ ଜାଣିବା ସେମାନେ କିଏ?

Advertisment

୨୦୦୦ ମସିହାରେ ଅମିଷା ପଟେଲ୍‌ ‘କହୋ ନା ପ୍ୟାର୍‌ ହେ’ରୁ ଅଭିନୟର ଶୁଭାରମ୍ଭ କରିଥିଲେ। ଏଯାଏଁ ସେ ପାଖାପାଖି ୩୩ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ଏବେ ଅମିଷାଙ୍କର ବୟସ ୪୩ ବର୍ଷ। ଏବେ ତାଙ୍କ ହାତରେ ବିଶେଷ ଚଳଚ୍ଚିତ୍ର ନ ଥିବା ବେଳେ ପୋଷ୍ଟ କରି ଚର୍ଚ୍ଚାରେ ରହୁଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ ଅନେକ ସମୟରେ ଟ୍ରୋଲ୍‌ ମଧ୍ୟ କରାଯାଉଛି।
୧୯୯୬ରେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସସ୍ମିତା ସେନ୍‌ ‘ଦସ୍ତକ୍‌’ ସିନେମା ଜରିଆରେ ହିନ୍ଦୀ ସିନେ ଜଗତରେ ପ୍ରବେଶ କରିଥିଲେ। ସେ ଗତ ୨୨ ବର୍ଷ ଭିତରେ ୩୫ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏବେ ସୁସ୍ମିତା ସେନ୍‌ଙ୍କର ବୟସ ୪୨ ବର୍ଷ। ଆଜିକାଲି ଅଭିନୟ ଅପେକ୍ଷା ସୁସ୍ମିତା ନିଜର ହଟ୍‌ ଫଟୋ ପାଇଁ ଚର୍ଚ୍ଚାରେ ରହୁଛନ୍ତି‘ସୁସ୍ମିତା ସେନ୍‌’।

publive-image

ବଲିଉଡ଼୍‍ର ଜଣାଶୁଣା ଅଭିନେତ୍ରୀ ତବୁ ହେଉଛନ୍ତି ପ୍ରଥମ ନାୟିକା ,ଯିଏ କି ଏବେ ୪୬ ବର୍ଷୀୟା। ସେ ଗତ ୨୫ ବର୍ଷ ହେବ ନାୟିକା ଭାବେ କାର୍ଯ୍ୟ କରୁଛନ୍ତି। ଗତ ବର୍ଷ ତବୁଙ୍କୁ ‘ଗୋଲ୍‌ମାଲ୍‌ ଏଗେନ୍‌’ରେ ଦେଖିବାକୁ ମିଳିଥିଲା। ସେ ସୋସିଆଲ୍‌ ମିଡ଼ିଆରେ ନିଜର ଉତ୍ତେଜକ ଫଟୋ ସେଆର୍‌ କରି ଚର୍ଚ୍ଚିତା ହୋଇଛନ୍ତି।