କେନ୍ଦୁଝର: କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଘଟଗାଁ ବ୍ଲକ ଭୋଳବେଡ଼ା ୨୦ ନମ୍ବର ବୁଥରେ ଭୋଟ ଗ୍ରହଣ ୩ ଘଣ୍ଟା ବିଳମ୍ବ ହୋଇଛି। ଫଳରେ ଶତାଧିକ ଲୋକ ଅପେକ୍ଷାରେ ଅଛନ୍ତି। କୁହାଯାଉଛି ଯେ, ରାତି ୯ଟା ଯାଏ ଭୋଟ ଗ୍ରହଣ ହେବ। ଅଂଶୁଘାତରେ ଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି। କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚେତା ଫେରି ନଥିବା ସୂଚନା।

Advertisment

ଦେଶର ଚତୁର୍ଥ ସ୍ତମ୍ବ ବି ଆଜି ସୁରକ୍ଷିତ ନୁହେଁ । ସାମ୍ବାଦିକମାନେ ଏବେ ଲୋକପ୍ରତିନିଧୀଙ୍କ ଆକ୍ରୋଶରେ ବାରମ୍ବାର ଶିକାର ହେଉଛନ୍ତି। ଏହା ପଛରେ କାରଣ ଯାହା ହେଉନା କାହିଁକି, କିନ୍ତୁ ଏହା ନିନ୍ଦନୀୟ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ କେନ୍ଦୁଝର ଲୋକସଭା ଅନ୍ତର୍ଗତ ଘଷିପୁରା ନିର୍ବାଚନମଣ୍ଡଳୀରେ ବାରମ୍ବାର ହିଂସା ଦେଖିବାକୁ ମିଳିଛି। ଆଜି ଭୋଟିଂ ଚାଲିଥିବା ବେଳେ ପ୍ରଥମେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ପୁଣି ବଡଜାମୁପଶି ସ୍ଥିତ ୬୯ ନମ୍ବର ବୁଥରେ ଜଣେ କାର୍ଯ୍ୟରତ ସାମ୍ବାଦକଙ୍କ ଉପରେ ମରଣାତ୍ମକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପଛରେ ଜନତା ନୁହଁନ୍ତି ବରଂ ଜଣେ ଗ୍ରାମରକ୍ଷୀଙ୍କ ସଂପୃକ୍ତି ରହିଛି । ସ୍ଥାନୀୟ ଗ୍ରାମରକ୍ଷୀ ବୃଷଭଭାନୁ ଦାସ ସିଧାସଳଖ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି।