ଏ ବର୍ଷ ଏହି ତିନି ଯୋଡି ଦୁଇଟି ସିନେମାରେ ନଜର ଆସିଛନ୍ତି

ବାବୁସାନ୍‌-ଶୀତଲ୍‌-ପ୍ରଥମ ଫିଲ୍ମରେ ଜବରଦସ୍ତ ସଫଳତା ସାଉଁଟିଥିବା ଯୋଡ଼ି ମାନଙ୍କ ମଧ୍ୟରୁ ବାବୁସାନ୍‌-ଶୀତଲ୍‌ ଯୋଡ଼ି ଅନ୍ୟତମ। ଏହି ଲୋକପ୍ରିୟ ଯୋଡ଼ିର ପ୍ରଥମ ସିନେମା ହେଲା ‘ ଯିଏ ଯାହା କହୁ ମୋର ଢ଼ୋ ’। ସନ୍ଦୀପ ରାଉତରାୟ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁ ନିର୍ଦେଶିତ ଏହି ଓଡ଼ିଆ ଛବି ସୁପରହିଟ୍‌ ହୋଇଥିଲା। ଏହାପରେ ଏମାନେ ଏକାଠି ‘ ଭଲ ପାଏ ତତେ ୧୦୦ ରୁ ୧୦୦ ’ ଏବଂ ଅଶୋକ ପତି ନିର୍ଦେଶିତ ‘ ତୁ ଯେ ସେଇ ’ରେ ଅଭିନୟ କରିଥିଲେ। ବାବୁସାନ୍‌-ଶୀତଲ୍‌ ଯୋଡ଼ି ନଜର ଆସିଛନ୍ତି ଚଳିତ ବର୍ଷ ଦୁଇଟି ଛବିରେ। ଏ ଦୁଇଟି ହେଲା ସୁଧାଂଶୁ ମୋହନ ସାହୁ ନିର୍ଦେଶିତ ‘ ଦିଲ ଦିଓ୍ଵାନା ହେଇଗଲା ’ ଏବଂ ସୁଧାକର ବସନ୍ତଙ୍କ ନିର୍ଦେଶିତ ସୁନାପିଲା ଟିକେ ସ୍କୃ ଢ଼ିଲା ’।

ଅନୁଭବ-ଏଲିନା:- ପୂର୍ବରୁ ଜଗା ହାତରେ ପଘା,ରେ ଏକାଠି କାମ କରିଥିବା ଅନୁଭବ ଏବଂ ଏଲିନା ଏବର୍ଷ ଯୋଡିଭାବେ ଦୁଇଟି ସିନେମାରେ ଦେଖି ଦେଇଥିଲେ। ଏହି ସିନେମା ହେଲା କେ ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଅଭୟ’ ଏବଂ ରମେଶ ରାଉତଙ୍କ ନିର୍ଦ୍ଦେଶିତ କାବୁଲା ବାରବୁଲା’।

ସିଦ୍ଧାନ୍ତ-ନୈନା: – ଏବର୍ଷ ନୂଆ ଯୋଡିଭାବେ ସିଦ୍ଧାନ୍ତ-ନୈନାଙ୍କୁ ଦେଖିବାକୁ ମିଳିଛି ଦୁଇଟି ସିନେମାରେ। ଏହା ହେଲା ‘ତୁମକୁ ଦେଖିଲାପରେ’ ଏବଂ ‘ବଜରଙ୍ଗୀ’ ।

ସମ୍ବନ୍ଧିତ ଖବର