ଟାଇଗର-ଦିଶାଙ୍କ ହାତରୁ ଖସିଗଲା ଏକ ବଡ଼ ଫିଲ୍ମ , ଜାଣନ୍ତୁ ମିଳିଲା କାହାକୁ !

ମୁମ୍ବାଇ: ପ୍ରଯୋଜକ ସାଜିଦ୍‌ ନାଡ଼ିଆଡ଼୍‍ଓ୍ଵାଲା ଓ ନିର୍ଦ୍ଦେଶକ ଅହମ୍ମଦ୍‌ ଖାନ୍‌ ‘ବାଗୀ-୨’ଭଳି ଏକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ତା’ ସାଙ୍ଗକୁ ବଲିଉଡ଼୍‍କୁ ମିଳିଛି ଏକ ନୂଆ ହିଟ୍‌ ଯୋଡ଼ି। ଏହି ଯୋଡ଼ି ହେଲେ ଟାଇଗର୍‌ ଶ୍ରଫ୍‌ ଓ ଦିଶା ପଟାନି। ଏବେ ଏହି ଯୋଡ଼ିଙ୍କର ବଲିଉଡ଼୍‍ରେ ଡ଼ିମାଣ୍ଡ୍‌ କାହିଁରେ କ’ଣ!
ଟାଇଗର-ଦିଶା ଯୋଡ଼ିକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି କେତେକ ପ୍ରଯୋଜକ। ଏହି ଯୋଡ଼ିଙ୍କ ପାଖକୁ କେବଳ ବଲିଉଡ଼୍‍ରୁ ଯେ ଅଫର୍‌ ଆସୁଛି ,ତା ନୁହେଁ,ବରଂ ଏକ ହଲିଉଡ଼୍‍ ପ୍ରଡକସନ୍‌ କଂପାନି ପକ୍ଷରୁ ବି ଅଫର୍‌ ମିଳିଥିଲା। କିନ୍ତୁ ଉଭୟ ଟାଇଗର୍‌ ଓ ଦିଶା ଏବେ ସେମାନଙ୍କର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଥିବା ହେତୁ ଏହି ଅଫର୍‌କୁ ହାତଛଡ଼ା କରିଥିବାର ଚର୍ଚ୍ଚା ହେଉଛି।
ଟାଇଗର୍‌ ଶ୍ରଫ୍‌ ଏବେ କରଣ ଜୋହାରଙ୍କ ‘ଦ ଷ୍ଟୁଡ଼େଣ୍ଟ୍‌ ଅଫ୍‌ ଦ ଇଅର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତା’ପରେ ସେ ସୁପରଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌ଙ୍କ ସହିତ ଏକ ଫିଲ୍ମରେ କାମ କରିବେ । ତେଣେ ଦିଶା ପଟାନି ତାଙ୍କର ନୂଆ ତାମିଳ୍‌ ସିନେମା ‘ସଂଘମିତ୍ରା’ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି କାରଣରୁ ଏହି ରିଅଲ୍‌ କପଲ୍‌ଙ୍କ ହାତରୁ ଖସିଯାଇଛି ସେହି ସିନେମାଟି।

photo-navbharattimes

ଏବେ ସେହି ଅଫରଟି ମିଳିଛି ବଲିଉଡ଼୍‍ର ଆଉ ଏକ ରିଲ ଓ ରିଅଲ୍‌ ଯୋଡ଼ିଙ୍କ ପାଖରେ। ଏହି ଯୋଡ଼ି ହେଲେ ସୁଶାନ୍ତ ସିଂହ ରାଜପୁତ ଓ କ୍ରିତି ସାନନ୍‌।ଏହି ଯୋଡ଼ିଙ୍କର ଆଫେଆର୍‌ ଏବେ ବି ଚର୍ଚ୍ଚାରେ ରହିଛି। ସୁଶାନ୍ତ-କ୍ରିତି ଯୋଡ଼ିକୁ ଗୋଟିଏ ମାତ୍ର ସିନେମା ‘ରାବ୍‌ତା’ରେ ଦେଖିବାକୁ ମିଳିଥିଲା,ଯାହା ଫ୍ଲପ୍‌ ହୋଇଥିଲା। ଏବେ ଯେଉଁ ଫିଲ୍ମରେ ଏହି ଯୋଡ଼ି କାମ କରିବାକୁ ଯାଉଛନ୍ତି,ତାହା ଏକ ହଲିଉଡ଼୍‍ ଫିଲ୍ମ ‘ଡ଼ାର୍ଟି ଡ଼ାନ୍‌ସିଂ’ର ରିମେକ୍‌। ଗତବର୍ଷ ଲାୟନସ୍‌ ଗେଟ୍‌ ଟେଲିଭିଜନ୍‌ ଏହାର ନିର୍ମାଣ କରିଥିଲେ। ନୃତ୍ୟ ଉପରେ ଆଧାରିତ ଏହି ଫିଲ୍ମର ସୁଟି ଖୁବ୍‌ ଶୀଘ୍ର ଆରମ୍ଭ ହେବ।

ସମ୍ବନ୍ଧିତ ଖବର