‘ବାଗୀ-୨’ ଏ ବର୍ଷର ସବୁଠାରୁ ବଡ଼ ସିନେମା, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଟାଇଗର୍‌ ଶ୍ରଫଙ୍କ ଅଭିନୀତ ‘ବାଗୀ-୨’କୁ ଏ ବର୍ଷର ସବୁଠାରୁ ବଡ଼ ସିନେମା ବୋଲି କୁହାଯାଉଛି। କାରଣ ଏହି ସିନେମାକୁ ସବୁଠାରୁ ବଡ଼ ଓପନିଂ ମିଳିଛି। ଏହା ଓପନିଂ ମାମଲାରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍‌’କୁ ବି ପଛରେ ପକାଇ ଦେଇଛି।  ଏହା ଅବଶ୍ୟ ଭିନ୍ନ କଥା ଯେ ‘ବାଗୀ-୨’ କୁ ‘ପଦ୍ମାବତ୍‌’ ତୁଳନାରେ ଅଧିକ ସିନେମା ହଲ୍‌ ମିଳିଛି। ‘ବାଗୀ-୨’ ପ୍ରଥମ ଦିନ ପ୍ରାୟ ୨୦ କୋଟିର  କଲେକସନ୍‌ କରିଛି।

ଅପରପକ୍ଷରେ ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍‌’ର ଆୟ ଥିଲା ୧୯ କୋଟି ଟଙ୍କା ଥିଲା। ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ବାଗୀ-୨’ରେ ଟାଇଗର୍‌ ଶ୍ରଫଙ୍କ ବିପକ୍ଷରେ ନଜର ଆସିଛନ୍ତି ଦିଶା ପଟାନି। ଏହା ଏକ ଜବରଦସ୍ତ ଆକସନ୍‌ ସିନେମା। ଏଥିରେ ହଲିଉଡ ଷ୍ଟାଇଲର ଆକସନ୍‌ ସିନ୍‌ ରହିଛି। ଇତିମଧ୍ୟରେ ସାଜିଦ୍‌ ନାଡିଆଡଓ୍ଵାଲା ଏହାର ପରବର୍ତ୍ତୀ ସିକ୍ୱେଲ୍‌ ‘ବାଗୀ-୩’ ନିର୍ମାଣର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର