ମୁମ୍ବାଇ: ଆଜି ହେଉଛି ବଲିଉଡର ଭର୍ସାଟାଇଲ୍ ଆକ୍ଟର-ପ୍ରଡ୍ୟୁସର୍-ଡିରେକ୍ଟର୍ ଅଜୟ ଦେବଗନ୍ ଙ୍କ ଜନ୍ମ ଦିନ। ସେ ୧୯୬୯ ମସିହା ଏପ୍ରିଲ୍ ୨ ତାରିଖରେ ଜନ୍ମ ହୋଇଥିଲେ। ଜଣେ ଭର୍ସାଟାଇଲ୍ ଆକ୍ଟର, ଏକଥାକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ । ସେ କୁକୁ କୋହଲୀଙ୍କ ‘ ଫୁଲ ଔର କାଣ୍ଟେ’ ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ସୁପରହିଟ୍ ହେବାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଅଜୟ। ଏହା ଭିତରେ ସେ ବହୁ ହିଟ୍, ସୁପରହିଟ୍ , ଓ ବ୍ଲକବଷ୍ଟର ମୁଭରେ ଅଭିନୟ କରିବା ସହିତ ନିର୍ଦ୍ଦେଶକ ଭାବେ କେତୋଟି ଭଲ ସିନେମା ଦେଇଛନ୍ତି ।
ସେ ଶ୍ରେଷ୍ଠ ଅଭିନେତାଭାବେ ଦୁଇ ଦୁଇ ଥର ଯଥାକ୍ରମେ ଫିଲ୍ମ ‘ ଜଖ୍ମ’ ଓ ‘ ଦି ଲିଜେଣ୍ଡ ଅଫ୍ ଭଗତ ସିଂହ ’ ପାଇଁ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି । ହେଲେ ଆପଣ ଜାଣନ୍ତି କି ଅଜୟ ଦେବଗନ୍ ତାଙ୍କର ସୁଦୀର୍ଘ କ୍ୟାରିଅର ଭିତରେ କେବେ ବି ଜଣେ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରି ନାହାନ୍ତି। ଏପରିକି ଥରେ ସୁଯୋଗ ପାଇ ବି ତାକୁ ହାତଛଡ଼ା କରିଥିଲେ।
/sambad/media/post_attachments/wp-content/uploads/2018/04/yash-chopra-300x200.jpg)
ଏଠାରେ ଯେଉଁ ଲୋକପ୍ରିୟ ନିର୍ଦ୍ଦେଶକଙ୍କ କଥା କୁହାଯାଉଛି ,ସେ ହେଲେ ୟଶ୍ ଚୋପ୍ରା । ସେ ଅନେକ ଗୁଡିଏ ବ୍ଲକବଷ୍ଟର ମୁଭି ଦେଇଛନ୍ତି । ଏଥିମଧ୍ୟରୁ ଗୋଟିଏ ହେଲା ‘ ଡର’ । ଏହି ସିନେମାରେ ଶାହାରୁଖ୍ ଖାନ୍ ଯେଉର୍ ଭୂମିକାଟି ନିଭାଇଥିଲେ, ତାହା ପ୍ରଥମେ ମିଳିଥିଲା ଅମୀର ଖାନ୍ଙ୍କୁ । ଅମୀର୍ କିନ୍ତୁ ନେଗେଟିଭ୍ ରୋଲ୍ କରିବେ ନାହିଁ ବୋଲି କହିବା ପରେ ସେହି ଭୂମିକାଟି ପାଇଁ ୟଶ ଚୋପ୍ରା ଅଜୟ ଦେବଗନଙ୍କୁ ଅଫର୍ ଦେଇଥିଲେ । ଯେଉଁ ସମୟରେ ‘ ଡର୍’ ର ଅଫର ଅଜୟଙ୍କୁ ମିଳିଥିଲା, ସେତେବେଳେ ସେ ଉଟ୍ଟି ଠାରେ ଅନ୍ୟ ଏକ ହିନ୍ଦୀ ଫିଲ୍ମରେ ସୁଟିଂ କରୁଥିଲେ । ଅଜୟ ଦେବଗନ୍ , ୟଶ ଚୋପ୍ରାଙ୍କ ଅଫର୍କୁ ଗ୍ରହଣ କରିନଥିଲେ । ତା’ପରେ ଶାହାରୁଖ୍ ଖାନ୍ଙ୍କୁ ମିଳିଥିଲା ‘ ଡର୍ ’ । ଏହାପରେ ଅଜୟ ଦେବଗନ୍ଙ୍କୁ ୟଶ ତାଙ୍କର ଅନ୍ୟ କୌଣସି ଫିଲ୍ମର ଅଫର୍ ଦେଇ ନଥିଲେ