ଅଧିକ ମିଠା ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ :ଗବେଷଣା

ଅନେକ ଲୋକ ଅଭିଯୋଗ କରନ୍ତି ଯେ ମିଠା ଖାଇବା ପରେ ସେମାନେ ଆଳସ୍ୟର ଶିକାର ହୋଇଥାନ୍ତି । କେତେକ କହନ୍ତି ଯେ ମିଠା ଖାଇବା ମାତ୍ରେ ନିଦ ମାଡ଼େ । ତେବେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ମିଠା ଖାଇବା ପରେ ଆମ ଶରୀରରେ ଚିନି ଅର୍ଥାତ୍‌ ସୁଗାର୍‌ କ୍ରେଶର ପ୍ରଭାବ ପଡ଼ିଥାଏ । ଏହା ଫଳରେ ଆମର ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତା ଧିମା ହୋଇ ଯାଇଥାଏ ।

ଏହି ଗବେଷଣାରେ କେତେକ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ସେଥିରୁ ଜଣାପଡ଼ିଲା ଯେ ଗ୍ଲୁକୋଜ୍‌ ବା ଟେବୁଲ ସୁଗାରର ସେବନ କରିବା ପରେ ତାଙ୍କର ଧ୍ୟାନ ଓ ପ୍ରତିକ୍ରିୟାର ସମୟ ହ୍ରାସ ପାଇଥାଏ ।ନିଉଜଲାଣ୍ଡ୍‌ର ୟୁନିଭରସିଟି ଅଫ୍‌ ଓଟୋଗୋର ଅଧ୍ୟାପକ ମେଇ ପେଙ୍ଗ୍‌ କହିଛନ୍ତି ଯେ ଅଧିକ ମାତ୍ରାରେ ଚିନି ବା ମିଠା ଖାଇଲେ ବ୍ୟକ୍ତିର ଧ୍ୟାନ ବା ସତର୍କତା କମ୍‌ ହୋଇଯାଇଥାଏ । ଏହି ଗବେଷଣାରେ ସେ ମିଠା ଖାଇବା ପରେ ମସ୍ତିଷ୍କ ଉପରେ ଏହାର କି ପ୍ରଭାବ ପଡ଼ିଥାଏ, ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

photo-goldsweets.com

ଏଥିରୁ ସ୍ପଷ୍ଟ ହୋଇଛି ଯେ ଗ୍ଲୁକୋଜ୍‌ ଶରୀର ରେ ସକାରତ୍ମକ ପ୍ରଭାବ ପକାଇଥାଏ । ଠିକ୍‌ ସେହିଭଳି ମସ୍ତିଷ୍କ ଉପରେ ବି ଏହାର ଭଲ ପ୍ରଭାବ ରହିଛି । ଅଧିକ ମିଠା ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ । ଏହା ଛଡା ମନ ଭଲ ହୋଇଥାଏ । କୌଣସି ମାନସିକ ସମସ୍ୟା ଥିଲେ, ସେଥିରୁ ମୁକ୍ତି ମିଳିଥାଏ ବୋଲି ମଧ୍ୟ ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର