ସକାଳେ ଉଠି ମୁହଁ ଧୋଇବା ପରେ ଆମେ ବ୍ରସ୍ କରିଥାଉ। କେତେକ ଲୋକଙ୍କର ଅଭ୍ୟାସ ଯେ,ଦାନ୍ତ ବ୍ରସ୍ କରିବା ପୂର୍ବରୁ ବ୍ରସ୍କୁ ଓଦା କରିଥାଆନ୍ତି। ଏହା ଏକ ସାଧାରଣ ଅଭ୍ୟାସ ,କିନ୍ତୁ ଆପଣ ଜାଣି ବିସ୍ମିତ ହେବେ ଯେ,ଏହି ଅଭ୍ୟାସ ଆପଣଙ୍କୁ ରୋଗଗ୍ରସ୍ତ କରିପାରେ।
ବିଶେଷଜ୍ଞମାନଙ୍କର କହିବା ଅନୁଯାୟୀ, ଏହାଫଳରେ ଟୁଥ୍ ବ୍ରସ୍ ବି ଖରାପ ହୋଇପାରେ। ଆଉ ଏକ କଥା ହେଲା ଯେ, ଟୁଥ୍ ବ୍ରସ୍ରେ ଟୁଥ୍ପେଷ୍ଟ୍ ଲଗାଇଲେ ପେଷ୍ଟ ମିଳାଇ ଯାଇଥାଏ। ଏହାଫଳରେ ପେଷ୍ଟର ପ୍ରଭାବ ହ୍ରାସ ପାଇଥାଏ।ଏଣୁ ଦାନ୍ତ ଘଷିବା ବେଳେ ପ୍ରଥମେ ଟୁଥ୍ ବ୍ରସ୍କୁ ଓଦା କରନ୍ତୁ। ନାହିଁ। ଯଦି ସେଭଳି କରିବା ଜରୁରୀ,ତେବେ ଟୁଥ୍ ବ୍ରସ୍କୁ ପାଣି ତଳେ ଏକ ସେକେଣ୍ଡରୁ ଅଧିକ ସମୟ ରଖନ୍ତୁ ନାହିଁ।
ଆଉ ଏକ ମୁଖ୍ୟ କଥା ହେଲା ଯେ ଟୁଥ୍ ବ୍ରସ୍ ଓଦା କରିଲେ ସେଥିରୁ ଅଧିକ ଫେଣ ବାହାରିଥାଏ,ଯାହା ଦାନ୍ତ ପାଇଁ କ୍ଷତିକାରକ। କାରଣ ଟୁଥ୍ପେଷ୍ଟରେ ପାଣି ମିଳିବା ମାତ୍ରେ,ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ।ଏହାଫଳରେ ଦାନ୍ତର ମାଢ଼ି ଦୁର୍ବଳ ହୋଇଯାଏ।
ଆଉ ଗୋଟିଏ କଥା ମନେ ରଖିବା ଉଚିତ ଯେ, ଦାନ୍ତ ଘଷିବା ପରେ ବ୍ରସ୍ ସିଧାକରି ରଖିବା ଉଚିତ। ଏହାଫଳରେ ବ୍ରସ୍ରେ ଜମା ହୋଇଥିବା ପାଣି ତଳକୁ ଚାଲି ଆସେ। ଖାଲି ସେତିକି ନୁହେଁ,ବ୍ରସ୍ରେ କୀଟାଣୁ ରହିବାର ଆଶଙ୍କା ନଥାଏ।