ମାଡ଼ିଗଲା ଟ୍ରେନ୍‌: ବଇଣ୍ଡାରେ ଡାକ୍ତର ମୃତ, କଟକରେ ଗୋଡ଼ ହରାଇଲେ ଯୁବକ, ଭଦ୍ରକରେ ଗଲା ଯୁବତୀଙ୍କ ଜୀବନ…

ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଟ୍ରେନ୍‌ ମାଡ଼ିଯିବା କାରଣରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଜିଲ୍ଲାର ବଇଣ୍ଡା ରେଳ ଷ୍ଟେସନରେ କ୍ୟାପିଟାଲ ହସ୍‌ପିଟାଲର ଡାକ୍ତର କେ.ପି ସାମଲଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବତୀ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହରିଛନ୍ତି।  ହେଲେ ମୃତା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ସେହିପରି କଟକ ରେଳ ଷ୍ଟେସନରେ ମୁନା ବାରିକ ନାମରେ ଜଣେ ଯୁବକଙ୍କ ଉପରେ ଟ୍ରେନ୍‌ ଚଢ଼ିଯାଇଛି। ଫଳରେ ଯୁବକ ଜଣକ ନିଜର ଦୁଇଟି ଯାକ ଗୋଡ ହରାଇଛନ୍ତି।

ରିପୋର୍ଟ ଅନୁସାରେ ସାଇନଗର-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ବଇଣ୍ଡା ଷ୍ଟେସନ୍‌ରେ ପହଞ୍ଚିଥିଲା। ଟ୍ରେନ ଷ୍ଟେସନରୁ ଛାଡ଼ିବା ଆରମ୍ଭ କରୁଥିବା ବେଳେ ଡାକ୍ତର କେ.ପି ସାମଲ ଟ୍ରେନ୍‌ରେ ଚଢୁଥିଲେ। ଏହି ସମୟରେ ସେ ଟ୍ରେନ୍‌ରୁ ଖସି ରେଳଧାରଣା ଉପରେ ପଡ଼ି ଯାଇଥିଲେ। ଫଳରେ ଚଳନ୍ତା ଟ୍ରେନ୍‌ ଡାକ୍ତର ସାମଲଙ୍କ ଉପରେ ଚଢ଼ି ଯାଇଥିଲା। ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ବିଜୟଓ୍ଵାଡା ଠାରୁ ହାଓଡା ଅଭିମୁଖେ ଯାଉଥିବା ‘ହମସଫର’ ଟ୍ରେନ ସନ୍ଧ୍ୟା ପ୍ରାୟ ୫ଟା ପୂର୍ବରୁ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍‌ଟି ଷ୍ଟେସନରେ ପହଞ୍ଚିବା ସମୟରେ ୩ ନଂ ପ୍ଲାଟଫର୍ମରେ ବୁଲୁଥିବା ଜଣେ ଯୁବତୀ ହଠାତ ଟ୍ରେନ୍‌ ଆଗକୁ କୁଦା ମାରିଥିଲେ। ଟ୍ରେନ ଦ୍ରୁତ ଗତିରେ ଯାଉଥିବାରୁ ଯୁବତୀ ଜଣକ ଟ୍ରେନ୍‌ ସହ ଧକ୍କା ଖାଇ ରେଳଧାରଣା କଡ଼କୁ ଛିଟିକି ପଡ଼ିଥିଲେ। ଏହି ଘଟଣାରେ ତାଙ୍କର ବାମ ଗୋଡ଼ କଟିଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଆରପି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଅପରିଚିତ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର