ନକଲି ଟିଆରପି ମାମଲା : ରିପବ୍ଲିକ ଟିଭି ନୁହେଁ, ଇଣ୍ଡିଆ ଟୁଡେ ବିରୋଧରେ ଏତଲା ହୋଇଛି ବୋଲି କହିଲେ ଅର୍ନବ

ନୂଆଦିଲ୍ଲୀ: ଟିଆରପିରେ ହେରଫେର କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଥିଲା ମୁମ୍ବାଇ ପୁଲିସ। ରିପବ୍ଲିକ୍‌ ଟିଭି ଚ୍ୟାନେଲ୍‌ ସମେତ ୩ଟି ଟିଭି ଚ୍ୟାନେଲ୍‌ ଟିଆର୍‌ପି ଠକେଇରେ ସମ୍ପୃକ୍ତ ଏବଂ ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ବୋଲି ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ରିପବ୍ଲିକ୍‌ ଟିଭି ଏବଂ ଅନ୍ୟ ୨ ଟିଭି ଚ୍ୟାନେଲ୍‌ ଫକ୍‌ତ ମରାଠୀ ଏବଂ ବକ୍ସ ଚ୍ୟାନେଲ୍‌ ରେଟିଂରେ ହେରଫେର କରିଥିବା ପ୍ରମାଣ ରହିଛି ବୋଲି ସୂଚନା ଦେଇଥିଲେ ମୁମ୍ବାଇ ପୁଲିସ କମିସନର । ହେଲେ ମୁମ୍ବାଇ ପୁଲିସ ଦାୟର କରିଥିବା ଏତଲାରେ ଇଣ୍ଡିଆ ଟୁଡେର ନାମ ଥିବା ସମୟରେ  ପୁଲିସ କମସନର ରିପବ୍ଲିକ ଟିଭିର ନାମ ନେଇଥିବା କହିଛନ୍ତି ଚାନେଲର ମୁଖ୍ୟସଂପାଦକ ଅର୍ନବ ଗୋସ୍ବାମୀ। ଏହା ସହ ସେ କର୍ତ୍ତବ୍ୟ ସମୟରେ ମିଥ୍ୟା କହିଥିବା କରଣରୁ ମୁମ୍ବାଇ ପୁଲିସ କମିସନରଙ୍କ ଇସ୍ତଫା ଦାବି କରିଛନ୍ତି। ଅକ୍ଟୋବର ୬ରେ ଦାୟକ ହୋଇଥିବା ଏତଲାରେ ଇଣ୍ଡିଆ ଟୁଡେର ନାଁ ରହିଥିବା ବେଳେ ଅକ୍ଟୋବର ୭ରେ ଏତଲାରେ ପରିବର୍ତ୍ତନ ଅଣାଯାଇ ରିପବ୍ଲିକ୍ ଟିଭିର ନାଁ ଲେଖାଯାଇଥିବା କହିଛନ୍ତି ଶ୍ରୀ ଗୋସ୍ବାମୀ।

ଏ ନେଇ ସ୍ପଷ୍ଟୀକରଣ ଦେବାକୁ ଯାଇ ମୁମ୍ବାଇ ପୁଲିସର ଯୁଗ୍ମ କମିସନର କହିଛନ୍ତି ଯେ, ଇଣ୍ଡିଆ ଟୁଡେର ନାମ ଏତଲାରେ ଉଲ୍ଲେଖ କରାଯାଇଥିଲା, କିନ୍ତୁ କୌଣସି ଅଭିଯୁକ୍ତ କିମ୍ବା ସାକ୍ଷୀ ଏହା ପ୍ରମାଣ କରି ନାହାନ୍ତି। ଅପରପକ୍ଷେ, ଅଭିଯୁକ୍ତ ଏବଂ ସାକ୍ଷୀମାନେ ବିଶେଷ ଭାବରେ ରିପବ୍ଲିକ୍ ଟିଭି, ଫକତ ମରାଠୀ ଏବଂ ବକ୍ସ ସିନେମାର ନାମ ନେଇଥିଲେ | ଏ ବାବଦରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଚାଲିଛି।

Advice viewer discretion, but don't demonise Arnab Goswami
OpIndia

ରିପବ୍ଲିକ୍ ଟିଭି ହାତରେ ମୁମ୍ବାଇ ପୁଲିସର  ଏତଲା ଲାଗିବା ପରେ  ପୁଲିସ ଇଣ୍ଡିଆ ଟୁଡେକୁ ବଞ୍ଚାଇବାକୁ ଯାଇ ରିପବ୍ଲିକ୍ ଟିଭି ଉପରେ ସବୁ ଦୋଷ ଲଦିଥିବା ବିଷୟରେ ଖୁଲାସା କରିଛନ୍ତି ଅର୍ନବ ଗୋସ୍ବାମୀ। ଏତଲା ଅନୁଯାୟୀ, ଇଣ୍ଡିଆ ଟୁଡେ ପ୍ୟାନେଲ ହୋମ ତିଆରି କରି ୨ଘଣ୍ଟା ପର୍ଯ୍ୟନ୍ତ ଇଣ୍ଡିଆ ଟୁଡେ ଚ୍ୟାନେଲ ଦେଖିବା ପାଇଁ କହୁଥିଲା। ଏ ନେଇ ଇଣ୍ଡିଆ ଟୁଡେ ପକ୍ଷରୁ ଜଣଙ୍କ ପିଛା ୧,୦୦୦ଟଙ୍କା ଲେଖାଏଁ ଦିଆଯାଉଥିଲା। ଏହି କାମ କରୁଥିବା କମ୍ପାନି ହନ୍ସା ରିସର୍ଚ୍ଚ ଗ୍ରୁପ ପ୍ରାଇଭେଟ ଲିମିଟେଡର ଡେପୁଟି ଜେନେରାଲ୍ ମ୍ୟାନେଜର ନୀତିନ ଦେଓକରଙ୍କ ଅନୁଯାୟୀ, ବିନୟ ନାମକ ଜଣେ ଯୁବକ ଆମ ରିଲେସନସିପ ମ୍ୟାନେଜର ବିଶାଲ ଭଣ୍ଡାରିଙ୍କୁ ନଭେମ୍ବର ୨୦୧୯ରେ ସଂପର୍କ କରି ୫ଟି ଘରକୁ ଯାଇ ଦୁଇ ଘଣ୍ଟ‌ା ଇଣ୍ଡିଆ ଟୁଡେ ଦେଖିବାକୁ କହିବା ପାଇଁ କହିଥିଲେ। ଏହା ସହ ୫ଟି ଘରକୁ ୧,୦୦୦ଟଙ୍କା ଲେଖାଏଁ ଦେବାକୁ କହିଥିଲେ।

ବାର୍କ ଦ୍ବାରା ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ନଭେମ୍ବର ୨୦୧୯ରୁ ମେ ୨୦୨୦ପର୍ଯ୍ୟନ୍ତ ସର୍ବନିମ୍ନ ଦୁଇ ଘଣ୍ଟା ପାଇଁ ଇଣ୍ଡିଆ ଟୁଡେ ଦେଖିବା ପାଇଁ ୫ ପରିବାରକୁ ପ୍ରକୃତରେ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିଲା। ରିପବ୍ଲିକ ଟିଭି ଏଭଳି ଆରୋପ ଲଗାଇଥିବା ବେଳେ ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି ଯେ, ରିପବ୍ଲିକ ଟିଭି ୨ଘଣ୍ଟା ଟିଭି ଦେଖିବା ପାଇଁ ଲୋକଙ୍କୁ ୪୦୦ଟଙ୍କା ଦେଉଥିଲା।

ସମ୍ବନ୍ଧିତ ଖବର