ଜାଣନ୍ତୁ ,କାହିଁକି ଶିବଲିଙ୍ଗରେ ହଳଦୀ ଦିଆଯିବାକୁ ବାରଣ କରାଯାଇଛି ?

ଶିବ ଲିଙ୍ଗ ହେଉଛନ୍ତି ମହାଦେବଙ୍କ ସାକ୍ଷାତ୍‌ ସ୍ୱରୂପ । ଏହାର ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଗଲେ ସମସ୍ତ ଦେବାଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କୁ ସେମାନଙ୍କ କୃପା ପ୍ରାପ୍ତି ହୋଇଥାଏ ।
ଶିବ ଲିଙ୍ଗ ପୂଜନ ସଂପର୍କରେ କେତେକ ନିୟମ ରହିଛି, ଯାହାର ପାଳନ କରିଲେ, ଭୋଳାନାଥ ଶୀଘ୍ରାତି ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି । ଶିବ ଲିଙ୍ଗ ରେ କେତେକ ସାମଗ୍ରୀ ଦିଆ ଯାଇଥାଏ, ମାତ୍ର ହଳଦୀ ଦେବା ଅନୁଚିତ । ହଳଦୀ କୁ ଶିବଲିଙ୍ଗ ରେ ନୁହେଁ ବରଂ ଜଳାଧାରା ଉପରେ ଅର୍ପିତ କରାଯିବା ଉଚିତ୍‌ ।
ଶାସ୍ତ୍ର ଅନୁଯାୟୀ ଅଧିକାଂଶ ଦେବତାଙ୍କର ପ୍ରିୟ ହେଉଛି ହଳଦୀ । ପୂଜନ କାଣ୍ଡରେ ମଧ୍ୟ ହଳଦୀର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । କେତେକ ପୂଜନବିଧିରେ ହଳଦୀ ବିନା ପୂଜା ଅସଂପୂର୍ଣ୍ଣ ବୋଲି କୁହାଯାଇଛି । ହଳଦୀକୁ ମହିଳାମାନେ ସୌନ୍ଦର୍ଯ୍ୟ ଉପଚାରରେ ପ୍ରୟୋଗ କରି ଥାଆନ୍ତି । ଯେହେତୁ ଶିବଲିଙ୍ଗ ପୁରୁଷତ୍ୱର ପ୍ରତୀକ ,ଏଣୁ ସେଥିରେ ହଳଦୀ ଦିଆଯିବାକୁ ବାରଣ କରାଯାଇଛି ।
ଜଳଧାରା ରେ ଅଭିଷେକ କରିଲେ ଅନେକ ମନସ୍କାମନା ପୂରଣ ହୋଇଥାଏ । ଏହା ସବୁଠୁଁ ସହଜ ସରଳ ଏବଂ ଶ୍ରେଷ୍ଠ ଉପାୟ । ଆପଣ ପ୍ରତିଦିନ ତମ୍ବା ଲୋଟାରେ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରି ଭଗବାନ ଶିବଙ୍କର ପୂଜା କରି ପାରନ୍ତି । ଏପରି କରିଲେ, ଆପଣ ଶିବଙ୍କ ବ୍ୟତୀତ ଅନ୍ୟ ସବୁ ଦେବାଦେବୀଙ୍କର କୃପା ମଧ୍ୟ ଲାଭ କରିପାରିବେ । ଏପରିକି ମାତା ଲକ୍ଷ୍ମୀଙ୍କର ମଧ୍ୟ କୃପା ପ୍ରାପ୍ତ କରି ପାରିବେ ।

photo-medicalnewstoday

ଶିବ ଲିଙ୍ଗଙ୍କର ଦୁଇ ଭାଗ ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଶିବ ଲିଙ୍ଗ, ଯାହା ଶିବଙ୍କ ପ୍ରତୀକ । ଅନ୍ୟ ଭାଗଟି ହେଉଛି ଜଳଧାରୀ , ଯାହା ମାତା ପାର୍ବତୀଙ୍କର ପ୍ରତୀକ ଅଟେ । ଶିବ ଲିଙ୍ଗ ପୁରୁଷତ୍ୱର ପ୍ରତିନିଧିତ୍ୱ କରୁଥିବା ଯୋଗୁଁ ଏଥିରେ ହଳଦୀ ଚଢାଯାଏ ନାହିଁ । ହଳଦୀ ସ୍ତ୍ରୀ ତତ୍ତ୍ୱ ହୋଇଥିବା ହେତୁ, ଜଳଧାରାକୁ ଏହା ଚଢାଯାଇଥାଏ ।

ସମ୍ବନ୍ଧିତ ଖବର