ଭଞ୍ଜନଗର: ଭଞ୍ଜନଗର ଲୋହରାଖଣ୍ଡି ନଦୀ ତଟ ବାଇପାସ୍ ରାସ୍ତା କଡରେ ଥିବା ଏକ ନିର୍ଜନ ସ୍ଥାନରୁ ଜଣେ ବୃଦ୍ଧାଙ୍କୁ ପୁଲିସ୍ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିବା ସହ ତା ସହିତ ଥିବା ଦୁଇଜଣ ଦିବ୍ୟାଙ୍ଗ ପୁଅଙ୍କୁ ଥାନାରେ ଅଟକ ରଖିଛି। ଆଜି ମଧ୍ୟାହ୍ନ ସମୟରେ ଦୁଇଜଣ ଯୁବକ ଜଣେ ବୃଦ୍ଧାଙ୍କୁ ବାଇପାସ୍ ସ୍ଥିତ ଏକ ନିର୍ଜନ ସ୍ଥାନକୁ ଟାଣି ଟାଣି ନେଉଥିବା ଖବର ପ୍ରଚାରିତ ହେବା ପରେ ବହୁ ଲୋକ ସେଠାରେ ଭିଡ଼ ଜମାାଇଥିଲେ। ବୃଦ୍ଧାଙ୍କୁ ଦୁଇଜଣ ମାରିବା ନେଇ ଗୁଜବ ହୋଇଥିଲା। ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି ଯାଞ୍ଚ କରିବା ପରେ ସେହି ଦୁଇଜଣ ଯୁବକ ବୃଦ୍ଧାଙ୍କ ପୁଅ ବୋଲି ଜଣାପଡିଥିଲା। ବୃଦ୍ଧା ଜଣଙ୍କ ମାନସିକ ଅବସ୍ଥା ଭଲ ନଥିବା ବେଳେ ଦୃଷ୍ଟି ଶକ୍ତି ମଧ୍ୟ ଭଲ ନାହିଁ। ତାର ଦୁଇ ପୁଅ ମଧ୍ୟ ଦିବ୍ୟାଙ୍ଗ ସେମାନଙ୍କ ଆଖିକୁ ମଧ୍ୟ ଭଲ ଭାବେ ଦେଖାଯାଉନାହିଁ। ତେବେ ଏଭଳି ନିର୍ଜନ ସ୍ଥାନକୁ ନିଜ ମାଆଙ୍କୁ ଦୟନୀୟ ଅବସ୍ଥାରେ ନେଉଥିବାରୁ ସେମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଏସ୍ଆଇ ସମୀର କୁମାର ବେହେରା ନିଜେ ଷ୍ଟ୍ରେଚର ଧରି ବୃଦ୍ଧାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିବା ବେଳେ ଦୁଇଜଣଙ୍କ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି।
/sambad/media/post_attachments/wp-content/uploads/2021/06/f6c3e13b-857a-42b6-a6c5-37ef2b923f8d-1024x576.jpg)
ବୃଦ୍ଧା ଜଣଙ୍କ ହେଲେ ଗୋଳନ୍ଥରା ଥାନା ଚଟି ଅଞ୍ଚଳର ବିଜୟା ପଟ୍ଟନାୟକ ତାଙ୍କ ସ୍ବାମୀ ଦୀର୍ଘ ବର୍ଷରୁ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ୨ ଟି ଦିବ୍ୟାଙ୍ଗ ପୁଅ ଏବଂ ଗୋଟିଏ ଝିଅ ରହିଥିଲେ। ଝିଅକୁ ୨୦୦୦ ମସିହାରେ ଜଗନ୍ନାଥପ୍ରସାଦରେ ବିବାହ କରାଇଥିବା ବେଳେ ଜ୍ବାଇଁର ମଧ୍ୟ କିଛି ବର୍ଷ ହେବ ମୃତ୍ୟୁ ହୋଇସାରିଛି। ବଡ଼ ପୁଅ ରବିନ୍ଦ୍ରନାଥ ପଟ୍ଟନାୟକ ସଂପୂର୍ଣ୍ଣ ଘଟଣା ବିଷୟରେ ପଚରା ଯିବା ପରେ ସେ କହିଥିଲା ଯେ, ସେ ଏବଂ ତାର ସାନ ଭାଇ ରମେଶ ପଟ୍ଟନାୟକ ଗତ ୫ ବର୍ଷ ତଳେ କାମ ଅନ୍ବେଷଣରେ କଲିକତା ଯାଇଥିଲେ। ସେହି ସମୟରେ ମାଆଙ୍କୁ ଆଣି ଭଉଣୀ ନିକଟରେ ଛାଡି ଯାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଝିଅ ଜଗନ୍ନାଥପ୍ରସାଦ କରଣ ସାହିରେ ଏକ ଭଡା ଘରେ ତାର ଦୁଇଟି ସନ୍ତାନକୁ ନେଇ ରହୁଥିଲେ। ଉଭୟ ଭାଇ କରୋନା ପାଇଁ କାମଧନ୍ଧା ନପାଇବାରୁ ସେମାନେ ମଧ୍ୟ ଗତ ୨ ମାସ ତଳେ ଜଗନ୍ନାଥପ୍ରସାଦ ଆସି ଭଉଣୀ ଘରେ ରହିଥିାଲେ।
ତେବେ ସମସ୍ତଙ୍କ ଗୁଜୁରାଣ ମେଣ୍ଟାଇବା ଭଉଣୀ ପକ୍ଷେ ସମ୍ଭବ ନଥିବାରୁ ସେ ମାଆଙ୍କୁ ନେଇ ଅନ୍ୟତ୍ର ଯିବା ପାଇଁ ସେମାନଙ୍କୁ କହୁଥିବା ରବିନ୍ଦ୍ର କହିଛନ୍ତି। ବାରମ୍ବାର କହିବା ପରେ ମଧ୍ୟ ଭାଇ ମାନେ ଘର ଛାଡି ନଯିବାରୁ ଆଜି ଜବରଦସ୍ତ ଘରୁ ବାହାର କରିଦେଇଥିବା ରବିନ୍ଦ୍ର କହିଥିବା ବେଳେ ଏହି ସ୍ଥାନରେ ତାଙ୍କର ଏକ ଜାଗା ରହିଥିବାରୁ ଏକ ଘର କରି ରହିବା ପାଇଁ ସେମାନେ ଆସିଥିବା ପୁଲିସ୍ ଆଗରେ ପ୍ରକାଶ କରିଛନ୍ତି। ତେବେ ସେଠାରେ ରହିବା ଭଳି କୌଣସି ଘର ନଥିବା ବେଳେ ମାଆର ଚାଲିବାକୁ ସକ୍ଷମ ନଥିବା ବେଳେ ଦୟନୀୟ ଅବସ୍ଥାରେ ଆଣି ଖୋଲା ଆକାଶ ତଳେ ପକାଇଥିବାରୁ ପୁଲିସ୍ର ସେମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ନିର୍ଜନ ସ୍ଥାନରେ ମାଆଙ୍କୁ ଛାଡି ଚାଲି ଯିବା ଉଦ୍ଦେଶ୍ୟରେ ସେଠାକୁ ନେଇଥିବା ଅନୁମାନ କରାଯାଉଛି। ୧୦୮ ଆମ୍ବୁଲାନ୍ସ ସହାୟତାରେ ବୃଦ୍ଧାଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିବା ବେଳେ ଉଭୟଙ୍କୁ ଥାନାରେ ଅଟକ ରଖି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଜଗନ୍ନାଥପ୍ରସାଦ ସରପଞ୍ଚଙ୍କ ସମେତ ବୃଦ୍ଧାଙ୍କ ଝିଅକୁ ପୁଲିସ୍ ଖବର ଦେଇଥିବା ବେଳେ ସେମାନେ ଆସିବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f6985629-f0d2-4a4f-9ecb-70a5ac74cb6d.jpg)