କଟକ : ହୋଲି ଖେଳିସାରି ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଗୋପାଳପୁରରେ ଗାଧୋଇବା ସମୟରେ କାଠଯୋଡ଼ିରେ ବୁଡ଼ି ଜଣେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଙ୍କ ନାମ ସତୀଶ ସାହୁ (୧୫)। ସେହିପରି ମୟୁରଭଞ୍ଜ ଜିଲ୍ଳାର ଶିମିଳିପାଳ ଅନ୍ତର୍ଗତ ସୀତାକୁଣ୍ଡରେ ଗାଧୋଇବା ବେଳେ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଯୁବକ ତାଙ୍କର ୩ ଜଣ ବନ୍ଧୁଙ୍କ ସହ  ଭୋଜି କରିବାକୁ ସୀତାକୁଣ୍ଡ ଆସିଥିଲେ।

Advertisment

ଅନ୍ୟପକ୍ଷରେ ମୃତ ଛାତ୍ର ସତୀଶଙ୍କ ଘର ଗୋପାଳପୁର ଅଞ୍ଚଳରେ। ସେ ହୋଲି ଖେଳି ସାରିବା ପରେ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।