ବଲିଉଡରେ ସିନେମାର ବ୍ୟବସାୟ କଥା କାହାକୁ ବା ଅଜଣା। ଏଠି କେତେବେଳେ ବିଗ୍‌ ବଜେଟ୍‌ ଫିଲ୍ମ ଫ୍ଲପ୍‌ ହୋଇଥାଏ ଓ ଛୋଟ ବଜେଟର ସିନେମା ସୁପର ହିଟ୍‌ ହୋଇଥାଏ । ଆଉ କେତେବେଳେ ଏକ ଛୋଟ ବଜେଟର ଫିଲ୍ମ ହିଟ୍‌ ହୁଏ, ସେତେବେଳେ ତାକୁ ନେଇ ଚର୍ଚ୍ଚା ହୋଇଥାଏ । ଏ ବର୍ଷ ଏମିତି ଦୁଇଟି ହିନ୍ଦୀ ସିନେମା ଖୁବ୍‌ ଚର୍ଚ୍ଚାରେ ରହିଛି।

Advertisment

ଚଳିତ ବର୍ଷ ଫେବୃଆରି ୨୩ ତାରିଖରେ ରିଲିଜ୍‌ ହୋଇଥିଲା ‘ ସୋନୁ କି ଟିଟୁ କି ସ୍ୱିଟି’ ।ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‌, ନୁସରତ୍‌ , ଦୀପିକା ଅମିନ୍‌ ,ସନି ସିଂହ ଆଲୋକ ନାଥ, ଇଶିତା ରାଜ ଶର୍ମା, ଆଦି ଲିଡ୍‌ ରୋଲରେ ନଜର ଆସିଥିଲେ । ଏହାର ନିର୍ଦ୍ଦେଶକ ହେଲେ ଲକି ରଂଜନ । ଏହା ହେଲା ଏକ କମ୍‌ ବଜେଟ୍‌ର ଫିଲ୍ମ । ଏହାର ବଜେଟ୍‌ ଥିଲା ମାତ୍ର ୩୫ କୋଟି । କିନ୍ତୁ ଏଯାବତ୍‌ ଏହି ସିନେମା ୧୦୭ କୋଟି ଟଙ୍କା ଆୟ କରିସାରିଲାଣି ବୋଲି କୁହାଯାଉଛି ।

publive-image

ଠିକ୍‌ ସେହିପରି ଏ ବର୍ଷ ରିଲିଜ୍‌ ହୋଇଥିବାସାଜିଦ୍‌ ନାଡିଆଡ଼ଓ୍ଵାଲାଙ୍କ ପ୍ରଯୋଜିତ ତଥା ଟାଇଗର୍‌ ଶ୍ରଫ୍‌ ଓ ଦିଶା ପଟ୍ଟାନି ଷ୍ଟାର୍‌ର ‘ବାଗୀ -୨’ ର ବଜେଟ ହେଉଛି ମାତ୍ର ୪୦ କୋଟି । ଏହି ମୁଭି ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି । ଅର୍ଥାତ୍‌ ଏହା ବି ବକ୍ସ ଅଫିସରେ ହଙ୍ଗାମା କରିଛି।