ଚଣ୍ଡୀଗଡ଼ : ପଞ୍ଜାବର ତରଣତାରଣ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦୱାଲ ସାହିବ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା ଦୁଇଜଣ ଗ୍ୟାଙ୍ଗଷ୍ଟରଙ୍କର ରବିବାର ଜେଲ ଅନ୍ତେବାସୀଙ୍କ ସହ ସଂଘର୍ଷରେ ମୃତ୍ୟୁ ଘଟିଛି। ଉଭୟ ଗତବର୍ଷ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ। ସେମାନଙ୍କ ବିରୋଧରେ ଅନ୍ୟାନ୍ୟ ମାମଲା ମଧ୍ୟ ରହିଥିବା ଏବଂ ଏହି ସଂଘର୍ଷରେ ଆଉ ଜଣେ ଅନ୍ତେବାସୀ ମଧ୍ୟ ଆହତ ହୋଇଥିବା ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଗୁରମିତ ସିଂହ ଚୌହାନ କହିଛନ୍ତି। ସମସ୍ତ ତିନିଜଣ ଗୋଟିଏ ଗୋଷ୍ଠୀର। ଶୁଭଦୀପ ସିଂହ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ଗତବର୍ଷ ମେ ୨୯ ତାରିଖରେ ମନସା ଜିଲ୍ଲାରେ ହତ୍ୟା କରାଯାଇଥିଲା।
ପଞ୍ଜାବ ଜେଲ ସଂଘର୍ଷରେ ଦୁଇ ଗ୍ୟାଙ୍ଗ୍ଷ୍ଟରଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2023/02/pppdddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)