ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଦୁଲପୁର ନିକଟରେ ମଙ୍ଗଳବାର ଏକ ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ନବରଙ୍ଗପୁର ବ୍ଲକ ବୋଡ଼କୁମଲି ଗ୍ରାମର ଜଗନ୍ନାଥ ଗୌଡ଼ ଓ ଡୋମୁ ଗୌଡ଼ ପାପଡାହାଣ୍ଡି ବ୍ଲକ ନୂଆକୋଟ ଗ୍ରାମରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଉଭୟ ଏକ ବାଇକ (ଓଡି୧୦କେ ୯୦୪୦)ରେ ନୂଆକୋଟ ଯିବା ସମୟରେ ଦୁଲପୁର ଛକ ନିକଟସ୍ଥ ବୁଲାଣିରେ ବାଇକ୍ ଭରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଉଭୟେ ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଯୋଗୁଁ ଦୁହିଁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର ମନସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର