କଣିହାଁ: ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଆଜି ଅନୁଗୁଳ ଜିଲ୍ଲା ଏନଟିପିସି କଣିହାଁ ମୁଖ୍ୟ ଫାଟକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୃତ ଶ୍ରମିକଙ୍କ ପରିବାରକୁ ୨୦ଲକ୍ଷ କ୍ଷତି ପୂରଣ ପାଇଁ ଦାବି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ମୃତ ଶ୍ରମିକଙ୍କ ନାଁ ହେଲା ସନ୍ତୋଷ ମହାନ୍ତି(୫୮)। ଘର କଣିହାଁ ଥାନା ଦଣ୍ଡାସିଂହା ଗାଁରେ। ସେ ଠିକା ଅନୁଷ୍ଠାନ ଅଂକୁଲ ଅଧୀନରେ ରହି ସୁପରଭାଇଜର ଭାବେ କାମ କରୁଥିଲେ। ଗତକାଲି ସେ କାମ କରୁଥିବା ବେଳେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ପରିବାରକୁ ୨୦ଲକ୍ଷ କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେଣୁ ଏନଟିପିସି ମୁଖ୍ୟ ଫାଟକ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପାଇଁ ସକାଳୁ ଅନ୍ୟ ଶ୍ରମିକ ମାନେ ମଧ୍ୟ କାମ କରିବାକୁ ଯାଇ ପାରିନାହାନ୍ତି।
ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଏନଟିପିସି ଗେଟରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଲୋକ
/sambad/media/post_attachments/wp-content/uploads/2020/11/56a73778-cf74-411d-9686-5acb3e960480.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)