ନୂଆଦିଲ୍ଲୀ : ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ସହରୀକରଣ, ଆଧୁନିକ ଜୀବନଶୈଳୀ ଯୋଗୁଁ ସହରରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଦେଶର ବିଭିନ୍ନ ବଡ଼ ବଡ଼ ସହର ମାନଙ୍କରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ଲାଗିରହେ । ସେଥିପାଇଁ ଲୋକେ ଅଫିସ୍ ଟାଇମର ଘଣ୍ଟାଏ/ଦୁଇ ଘଣ୍ଟା ଆଗରୁ ଘରୁ ବାଧ୍ୟ ହୋଇ ବାହାରନ୍ତି । ଏପରି ଅସୁବିଧାରୁ ରକ୍ଷା ପାଇବା ପାଇଁ ଭାରତରେ ଆରମ୍ଭ ହେବ ଉଡ଼ନ୍ତା ଟାକ୍ସି ସେବା । ଉବର ଭାରତରେ ଏୟାର ଟାକ୍ସି ସେବା ଆରମ୍ଭ  କରିବାପାଇଁ ପ୍ରସ୍ତାବ ଦେଇଛି। ଶନିବାର ଏ ନେଇ ଉବର ପକ୍ଷରୁ ସୂଚନା ଦିଆଯାଇଛି କି କମ୍ପାନିର ଶୀର୍ଷସ୍ତରୀୟ କର୍ମକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଧିବଦ୍ଧ ପ୍ରସ୍ତାବ ଦେଇଛନ୍ତି।
Advertisment
ଉବରର ଉଡାଣ କାର୍ଯ୍ୟକ୍ରମର ମୁଖ୍ୟ ଏରିକ ଆଲିସନ୍ ଏବଂ ଅଭିଏସନ୍ ପ୍ରଡକ୍ଟର ମୁଖ୍ୟ ନିଖଲ ଗୋଏଲ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି  ସେମାନଙ୍କର ନୂଆ ଯୋଜନା ‘ଉବର ଏଲିଭେଟ୍’ ସଂପର୍କରେ ଅବଗତ କରାଇଛନ୍ତି। ଏୟାର ଟ୍ୟାକ୍ସି ଯୋଜନା ଫଳରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ବାୟୁ ପ୍ରଦୂଷଣ କମ୍ କରାଯାଇ ପାରିବ ବୋଲି ଉପର ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦର୍ଶାଯାଇଥିଲା।
publive-image
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଆଲିସନ୍ କହିଛନ୍ତି ଯେ ‘ଉବର ଏହି ଯୋଜନା ସରକାରଙ୍କ ସହଭାଗିତାରେ ଆରମ୍ଭ କରି ଭାରତକୁ ଆଗକୁ ନେବାରେ ସହାୟକ ହେବା ଲାଗି ଚାହୁଁଛି। ମୁଁ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏୟାର ଟ୍ୟାକ୍ସି ଯୋଜନା ସଂପର୍କରେ ଅବଗତ କରାଇ ଖୁବ୍ ଖୁସୀ। ପ୍ରଥମ ଦଫାରେ ଭାରତ, ଫ୍ରାନ୍ସ ଓ ଜାପାନ୍ ଭଳି ୫ଟି ଦେଶରେ ଏହି ସେବା ଆରମ୍ଭ କରିବାକୁ ଆଗ୍ରହୀ।’
ଉବର କହିବା ଅନୁସାରେ, ଭାରତରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ  ପ୍ରମୁଖ ସହରଗୁଡ଼ିକରେ ଭୀଷଣ ଟ୍ରାଫିକ ଗୁରୁତର । କିଛି କିଲୋମିଟର ଯାତ୍ରା କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । ଉବର ଏହି ସେବା ଆରମ୍ଭ ହେବା ପରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରାଯାଇଛି । ତେବେ ସହରରଗୁଡ଼ିକର ଆକାର, ସେବା ଓ ଭୌଗଳିକ ପରିସ୍ଥିତିକୁ ନଜରରେ ରଖି ଉଡ଼ନ୍ତା ଟାକ୍ସି ସେବା ଆରମ୍ଭ କରାଯିବ ବୋଲି ଉବର ତରଫରୁ କୁହାଯାଇଛି ।
କମ୍ପାନି ୫ଟି ଦେଶରେ ଆଗ।ମୀ ୫ ବର୍ଷ ମଧ୍ୟରେ ଉବର ଏଲିଭେଟ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବ। ଏହି ଦେଶ ଗୁଡ଼ିକ ମଧ୍ୟରେ ଭାରତ, ଅଷ୍ଟ୍ରେଲିଆ. ବ୍ରାଜିଲ, ଫ୍ରାନ୍ସ ଓ ଜାପାନ ସାମିଲ ଅଛନ୍ତି । ଏହି ଉଡ଼ନ୍ତା ଟାକ୍ସି ଜରିଆରେ ଏକ ଘଣ୍ଟାର ରାସ୍ତା ମାତ୍ର କିଛି ମିନିଟରେ ଭିତରେ ଅତିକ୍ରମ କରିପାରିବେ । ଟ୍ରାଫିକ ସମସ୍ୟା ରହିବ ନାହିଁ କି ଦୁର୍ଘଟଣାର ସମ୍ଭାବନା ମଧ୍ୟ କମିଯବ । ସୂଚନା ଅନୁସାରେ ୨୦୨୦ ପର୍ଯ୍ୟନ୍ତ ଏହି ସେବାର ପରୀକ୍ଷାମୂଳକ ଉଡ଼ାଣ ଆରମ୍ଭ ହେବ ଏବଂ ୨୦୨୩ ବେଳକୁ ଆରମ୍ଭ ହୋଇଯିବ ଉଡ଼ନ୍ତା ଟାକ୍ସି ସେବା ।