ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ ଏବେ ଟି-୨୦ ବିଶ୍ବକପ୍ ଖେଳିବାକୁ ଅଷ୍ଟ୍ରେଲିଆରେ। ପୂରା ଟିମ୍ ଅଷ୍ଟ୍ରେଲିଆରେ ଥିବା ବେଳେ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ଯେଉଁ ରୁମ୍ରେ ଅଛନ୍ତି ସେ ରୁମ୍ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏବେ ସୋସିଆଲ୍ ମିଡିଆେ ବାସ୍ ସେଇ ଗୋଟାଏ ଚର୍ଚ୍ଚା।
ବିରାଟ ଯେଉଁ ହୋଟେଲ୍ରେ ଅଟକିଥିଲେ ସେହି ହୋଟେଲ୍ର ଜଣେ କର୍ମଚାରୀ ତାଙ୍କ ରୁମ୍ର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ। ସେଥିରେ ବିରାଟଙ୍କ ସାମଗ୍ରୀ ସବୁ ରଖା ଯାଇଥିବା ଦେଖିବାକୁ ମିଳଥିଲ। ଭିଡିଓଟି ତତ୍କ୍ଷଣାତ୍ ଭାଇରାଲ୍ ହେବାଲେ ଲାଗିିଲା। ସେହି ଭାଇରାଲ୍ ଭିଡିଓକୁ ନେଇ ବିରାଟଙ୍କ ପତ୍ନୀ ଅନୁଷ୍କା ତାଙ୍କ କ୍ଷୋଭ ପ୍ରକାଶ କରିଥିଲେ। ଏବେ ଏହି ଘଟଣାକୁ ନେଇ ନିଜର ମତ ରଖିଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା।
ଉର୍ବଶୀ ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ଲେଖିଛନ୍ତି, ‘ଏହା ନିହାତି ଖରାପ ଓ ଲଜ୍ଜାଜନକ ଘଟଣା। ଆପଣ ଥରେ ଚିନ୍ତା କରନ୍ତୁ ଯେ ଏପରି ଯଦି କୌଣସି ଯୁବତୀଙ୍କ ସହ ହୋଇଥାନ୍ତା ତ?’ ଉର୍ବଶୀଙ୍କ କହିବା କଥା ଯଦି ଜଣଙ୍କ ବିନା ଅନୁମତିରେ କେହି ଭିଡିଓ କରିପାରୁଛି ତ ସେ କାହାର ବି ଭିଡିଓ ବନାଇପାରେ। ବିରାଟଙ୍କ ସ୍ଥାନରେ କୌଣସି ଯୁବତୀ ବି ଏପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।
ବ୍ୟକ୍ତି ଜଣକ ଏହି ଭିଡିଓ କରିବା ପାଇଁ ବିରାଟଙ୍କ ଅନୁମତି ନେଇନଥିଲେ। ସେ ବିରାଟଙ୍କ ରୁମ୍ର ଭିଡିଓ କରିବା ସହ ନିଜ ପେଜ୍ର ଭିୟୁ ବଢ଼ାଇବା ପାଇଁ ତାହାକୁ ସୋସିଆଲ୍ ମିଡିଆରେ ସେୟାର୍ ବି କରିଦେଲେ। ଯାହାକୁ ନେଇ ଖୁବ୍ କ୍ଷୋଭ ପ୍ରକାଶ କରିଛନ୍ତି ପତ୍ନୀ ଅନୁଷ୍କା।