ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଶୁଭେଚ୍ଛା ଜଣାଇଲେ କମଲା ହ୍ୟାରିସ୍‌

ଓ୍ଵାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଉଭୟ ପତି-ପତ୍ନୀ ଦୀପାବଳି ପାଳନ କରିଛନ୍ତି। ବାଇଡେନ୍‌ ନିଜର ଧର୍ମପତ୍ନୀ ଜିଲ୍‌ଙ୍କ ସହିତ ହ୍ଵାଇଟ୍‌ହାଉସ୍‌ରେ ଦୀପ ଜାଳିଛନ୍ତି। ଏହି ବିରଳ ମୁହୂର୍ତ୍ତର ଫଟୋକୁ ସେ ସେୟାର ମଧ୍ୟ କରିଛନ୍ତି।

 

ଜୋ ବାଇଡେନ୍‌ ଟୁଇଟ୍‌ରେ ଲେଖିଛନ୍ତି ଯେ, ଦୀପାବଳିର ଆଲୋକ ଅନ୍ଧକାରରୁ ଜ୍ଞାନ ଓ ସଚ୍ଚୋଟତା, ବିଭାଜନରୁ ଏକତା, ନିରାଶାରୁ ଆଶାକୁ ମନେ ପକାଇ ଥାଏ। ଆମେରିକା ଓ ବିଶ୍ୱବ୍ୟାପୀ ହିନ୍ଦୁ, ଶିଖ୍‌, ଜୈନ ଓ ବୌଦ୍ଧ ଧର୍ମାବଳମ୍ବୀଙ୍କୁ ଶୁଭକାମନା ଜଣାଉଛି।

 

ସେହିପରି ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ ଟୁଇଟରରେ ଏକ ଭିଡିଓ ଜାରି କରି ଦୀପାବଳି ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ବିଶ୍ୱରେ ଆଲୋକର ପର୍ବ ପାଳନ କରାଯାଉଛି। କିନ୍ତୁ ଚଳିତ ଥର ଦୀପାବଳି ଏକ ଭିନ୍ନ ଶୈଳୀରେ ପାଳନ ହେଉଛି। ଏହି ଦୀପାବଳି ବିନାଶକାରୀ ମହାମାରୀ ମଧ୍ୟରେ ପାଳନ ହେଉଛି। ଏହି ପରଂପରା ଆମ ଦେଶର ସବୁଠାରୁ ପବିତ୍ର ମୂଲ୍ୟକୁ ମନେପକାଉଛି। କରେନା ସଂକଟ ସମୟରେ ନିଜର ସଂପର୍କୀୟଙ୍କୁ ହରାଇଥିବା ପରିବାରକୁ ସମବେଦନା ଜଣାଇଛନ୍ତି। କମଲା ହ୍ୟାରିସ କହିଛନ୍ତି ଯେ, ଯେଉଁ ଲୋକମାନେ ନିଜର ଲୋକମାନଙ୍କୁ ହରାଇଛନ୍ତି, ସେମାନଙ୍କ ନିକଟରେ ଆମେ ଛିଡ଼ା ହେବା ଦରକାର।

ସମ୍ବନ୍ଧିତ ଖବର