କେଉଁ ପ୍ରକାରର ଟୁଥ୍ ପେଷ୍ଟ ବ୍ୟବହାର କରୁଛନ୍ତି ?
ସକାଳେ ମୁହଁ ଧୋଇବାପରେ ଆଗ ଖୋଜା ପଡ଼େ ଗୋଟିଏ ଜିନିଷ । ତାହା ହେଲା ଟୁଥ୍ ବ୍ରସ୍ ଏବଂ ଟୁଥ୍ପେଷ୍ଟ। ଆମେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାରର ପେଷ୍ଟ ବ୍ୟବହାର କରିଥାଉ କାରଣ ,ବଜାରରେ ବିଭିନ୍ନ ବ୍ରାଣ୍ଡର ଟୁଥ୍ପେଷ୍ଟ ମିଳୁଛି ଏବଂ ଏହା ମଧ୍ୟ ବିଭିନ୍ନ ରଙ୍ଗର । ଯାହାକୁ ଧଳା ରଙ୍ଗ ଭଲ ଲାଗେ,ସେ ଧଳା ରଙ୍ଗର ପେଷ୍ଟ କିଣିିଥାଆନ୍ତି,ଯିଏ ଲାଲ ରଙ୍ଗ ପ୍ରିୟ ତାଙ୍କୁ ରେଡ଼୍ ଟୁଥ ପେଷ୍ଟ କିଣିବାକୁ ଚାହାଁନ୍ତି। କିନ୍ତୁ ପ୍ରକୃତରେ କେଉଁ ଟୁଥ୍ ପେଷ୍ଟ ବ୍ୟବହାର କରିବା ଉଚିତ,ସେ କଥା ଜାଣିବା ଉଚିତ।
୧-ପ୍ରଥମ କଥା ହେଲା ଟୁଥ୍ ପେଷ୍ଟ କିଣିବା ପୂର୍ବରୁ ତା’ର ଲେବଲ ଦେଖିବାକୁ ଭୁଲନ୍ତୁ ନାହିଁ,କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
୨-ଯଦି ଟୁଥ ପେଷ୍ଟର ତଳେ କୌଣସି କଳା ରଙ୍ଗର ପଟ୍ଟି ଦେଖନ୍ତି,ତେବେ ସେହି ଟୁଥ୍ ପେଷ୍ଟକୁ ଭୁଲରେ କି କିଣନ୍ତୁ ନାହିଁ।କାରଣ କଳାରଙ୍ଗ ଚିହ୍ନ ଥିବା ଟୁଥ୍ପେଷ୍ଟରେ କେମିକାଲସର ମାତ୍ରା ସର୍ବାଧିକ।
୩-ଯଦି ଟୁଥ୍ ପେଷ୍ଟରେ ଲାଲ ରଙ୍ଗର ମାର୍କ ଅଛି,ତା’ର ଅର୍ଥ ହେଲା ଏହା କଳା ମାର୍କ ଥିବା ଟୁଥ୍ ପେଷ୍ଟଠୁଁ ଟିକେ ଭଲ। ଅର୍ଥାତ୍ ଏଥିରେ ପ୍ରାକୃତିକ ସାମଗ୍ରୀ ସମେତ ରାସାୟନିକ ପଦାର୍ଥର ମଧ୍ୟ ପ୍ରୟୋଗ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
୪-ଯଦି ଟୁଥ୍ପେଷ୍ଟରେ ଯଦି ନୀଳ ରଙ୍ଗର ମାର୍କ ଅଛି,ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକଦମ୍ ସୁରକ୍ଷିତ।ଏଥିରେ ପ୍ରାକୃତିକ ତତ୍ତ୍ୱ ରହିଛି।
୫-ଯଦି ସବୁଜ ରଙ୍ଗର ମାର୍କ ଥିବା ଟୁଥ୍ପେଷ୍ଟର ବ୍ୟବହାର କରନ୍ତି,ତେବେ ଏହା ସ୍ୱାସ୍ଥ୍ୟ ପାଇଁ ସବୁଠୁଁ ଭଲ ବୋଲି ଧରିନିଅନ୍ତି।ଏହାର ଅର୍ଥ ହେଲା ଏଥିରେ କେବଳ ପ୍ରକୃତିକ ତତ୍ତ୍ୱର ପ୍ରୟୋଗ କରାଯାଉଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ।