ଟ୍ରକ୍ ଧକ୍କାରେ ପରିବା ବିକାଳିଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧ ଠାରେ ଏକ ଟ୍ରକ ଧକ୍କାରେ ଜଣେ ପରିବା ବିକାଳିଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବିଦ୍ୟାଧର ପୁଟେଲ। ସାଇକେଲରେ ଯାଉଥିବା ପରିବା ବିକାଳିଙ୍କୁ ମିନିଟ୍ରକ ଧକ୍କା ଦେଇଥିଲା। ଏହାଫଳରେ ସାଇକେଲ ଆରୋହୀ ଛିଟକି ପଡ଼ିଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲକୁ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଧକ୍କା ଦେବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ  ଡୁମେରମୁଣ୍ଡା ଗାଁର ପରିବା ବିକାଳି ବିଦ୍ୟାଧର ପୁଟେଲ ଭାଲୁମୁଣ୍ଡା ଗାଁକୁ ପରିବା ବିକିବା ପାଇଁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। ବଙ୍ଗୋମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର