‘ଭିକ୍ଟୋରିଆ ଜଳ ପ୍ରପାତ’ : ଯାହା ମନରେ ବିସ୍ମୟ ସୃଷ୍ଟି କରିଥାଏ

ସପ୍ତାଶ୍ଚର୍ଯ୍ୟ ବିଷୟରେ ତ ଆପଣମାନେ ଜାଣଛନ୍ତି। ହେଲେ ଏଭଳି ଏକ ଜଳ ପ୍ରପାତ ବି ଅଛି,ଯାହାକୁ ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି କୁହାଯାଇପାରେ।ଏହା ହେଉଛି ‘ଭିକ୍ଟୋରିଆ ଜଳ ପ୍ରପାତ’। ଆସନ୍ତୁ ଅଧିକ ଜାଣିବା ଏହି ଜଳ ପ୍ରପାତ ସଂପର୍କରେ…..

ଜାମ୍ବିଆରେ ବନ୍ୟ ପ୍ରାଣୀମାନଙ୍କ ବ୍ୟତୀତ ପ୍ରକୃତିର ଅନ୍ୟ ଏକ ଆଶ୍ଚର୍ଯ୍ୟ ରହିଛି। ତାହା ହେଉଛି ଭିକ୍ଟୋରିଆ ଜଳ ପ୍ରପାତ। ଜାମ୍ବିଆର ମାଇଲ୍‌ ମାଇଲ୍‌ ଧରି ଥିବା ତମ୍ବା ଖଣି ଖୋଦାନ ମଧ୍ୟରେ ଥିବା ଏହା ଦେଶର ପ୍ରମୁଖ ଆକର୍ଷଣ ପାଲଟି ଯାଇଛି।ଏହା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଇଂରେଜମାନଙ୍କ ଶାସନ କାଳରେ ଏହା ଦେଶର ଉତ୍ତର ରିଡ଼ାଶିୟା ନାମରେ ପରିଚିତ ଥିଲା। ୧୯୫୩ରେ ଉତ୍ତର ତଥା ଦକ୍ଷିଣ ରିଡ଼େଶିୟାକୁ ମିଶାଇ ଉଭୟ ଦେ ଶର ସଂଘ ଗଠନ ହେବାପରେ ଏହାର କେତେକ ଶିକ୍ଷିତ ବ୍ୟକ୍ତି ସଂଗଠିତ ହୋଇ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ଵିତ କରିଲେ,ଯାହାର ପରିମାଣ ସ୍ୱରୂପ ୧୯୬୪ରେ ଜାମ୍ବିଆ ଗଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ଲାଭ କରିଥିଲା ଏବଂ ଲୁସାକାକୁ ଜାମ୍ବିଆର ରାଜଧାନୀ କରାଗଲା।

ଭିକ୍ଟୋରିଆ ଜଳ ପ୍ରପାତ ଏକଦମ୍‌ ନିଆରା ଏହାକୁ ବିଶ୍ୱର ସର୍ବ ବୃହତ୍‌ ଜଳ ପ୍ରପାତ ବୋଲି କୁହାଯାଏ। ଅନ୍ୟ ସାଧାରଣ ଜଳ ପ୍ରପାତଠାରୁ ଏହା ଦୈଘ୍ୟର୍,ପ୍ରସ୍ଥ ଓ ଗଭୀରତାରେ ଦୁଇ ଗୁଣା। ଏହା ଛଡ଼ା ଏହାର ଅନ୍ୟ ଏକ ବିଶେଷତ୍ୱ ହେଲା ଯେ ବିଶାଳ ଜାମ୍ବେଜୀ ନଦୀ ଏଠାକୁ ଆସି ହଜାର ଫୁଟ ତଳେ ଏକ ଘାଟିରେ ପଡ଼ୁଛି ଏବଂ ଏହିପରି ଭାବେ ଏହା ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ଭଳି ଲାଗେ।

ଜାମ୍ବିଆର ବିଖ୍ୟାତ ଭିକ୍ଟୋରିଆ ଜଳ ପ୍ରପାତ ସମଗ୍ର ବିଶ୍ୱରେ ଏକ ଆଶ୍ଚର୍ଯ୍ୟ ରୂପେ ପରିଚିତ।ଭିକ୍ଟୋରିଆ ଜଳ ପ୍ରପାତ ଏକଦମ୍‌ ନିଆରା ଏହାକୁ ବିଶ୍ୱର ସର୍ବ ବୃହତ୍‌ ଜଳ ପ୍ରପାତ ବୋଲି କୁହାଯାଏ। ଅନ୍ୟ ସାଧାରଣ ଜଳ ପ୍ରପାତଠାରୁ ଏହା ଦୈଘ୍ୟର୍,ପ୍ରସ୍ଥ ଓ ଗଭୀରତାରେ ଦୁଇ ଗୁଣା। ଏହା ଛଡ଼ା ଏହାର ଅନ୍ୟ ଏକ ବିଶେଷତ୍ୱ ହେଲା ଯେ ବିଶାଳ ଜାମ୍ବେଜୀ ନଦୀ ଏଠାକୁ ଆସି ହଜାର ଫୁଟ ତଳେ ଏକ ଘାଟିରେ ପଡ଼ୁଛି ଏବଂ ଏହିପରି ଭାବେ ଏହା ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ଭଳି ଲାଗେ।

photo-youtube

ଘାଟିରେ ପଡ଼ିବାପରେ ଏହି ନଦୀ ଖୋଲା ମଇଦାନରେ ପହଁଞ୍ଚିବା ପୂର୍ବରୁ ବହୁ ମାଇଲ୍‌ ଯାଏଁ ଏହା ତେରଛି ହୋଇ ଗତି କରିଥାଏ। ଏହି ଜଳପ୍ରପାତର ଏକ କୂଳରୁ ଅନ୍ୟ କୂଳକୁ ଦେଖିବା ପାଇଁ ଆପଣଙ୍କୁ କାର୍‌ ଦ୍ୱାରା କିମ୍ବା ଚାଲି ଚାଲି ପାର ହୋଇ ପଡ଼ୋଶୀ ଦେଶ ଜିମ୍ବାେଓ୍ଵର ସୀମାରେ ପ୍ରବେଶ କରିବାକୁ ହେବ। ଜାମ୍ବେଜୀ ନଦୀର ମଝିରେ କେତେକ ଛୋଟ ଟାପୁ ଅଛି,ଯେଉଁଠାରେ ସାଧାରଣତଃ ପର୍ଯ୍ୟଟକ ସୂର୍ଯ୍ୟାଦୟ ଅଥବା ସୂର୍ଯ୍ୟାସ୍ତର ବିସ୍ମୟକର ଦୃଶ୍ୟ ଦେଖିବାକୁ ପାଆନ୍ତି।
ଭିକ୍ଟୋରିଆ ଜଳ ପ୍ରପାତର ଆଖପାଖ ଅଞ୍ଚଳରେ ହଜାରରୁ ଉର୍ଦ୍ଧ୍ୱ ବର୍ଷ ଧରି ଲୋକେ ବସବାସ କରୁଛନ୍ତି। ଏହି ଜଳ ପ୍ରପାତ ପର୍ଯ୍ୟଟକମାନଙ୍କ ଲାଗି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିଥାଏ। ଏଠାକୁ ପ୍ରତି ବର୍ଷ ପାଖାପାଖି ୫ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି।

ସମ୍ବନ୍ଧିତ ଖବର