ଜମ୍ମୁ: ଜମ୍ମୁର ତାୱି ନଦୀରେ ବନ୍ୟାବେଳେ ୪ ଜଣ ମତ୍ସ୍ୟଜୀବୀକୁ ଭାରତୀୟ ବାୟୁସେନାର ଯବାନମାନେ ଏକ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରିଛନ୍ତି। ପୂର୍ଣ୍ଣଗର୍ଭା ତାୱି ନଦୀରେ ଏକ ନିର୍ମାଣାଧୀନ ପୋଲ ନିକଟରେ ବାୟୁସେନାର ଯବାନମାନେ ଏହି ସଫଳତା ହାସଲ କରିଛନ୍ତି। ବାୟୁସେନାର ଗରୁଡ଼ କମାଣ୍ଡୋଙ୍କ ଦ୍ବାରା ହୋଇଥିବା ଏହି ଅପରେସନର ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୁଇ ଜଣ ମତ୍ସ୍ୟଜୀବୀ କଂକ୍ରିଟ ପ୍ଲାଟଫର୍ମ ଉପରେ ଅଟକି ରହିଥିବାବେଳେ ଅନ୍ୟ ଦୁଇ ଜଣ ପିଲାର୍ର ଶିଡ଼ିରେ ଅଟକି ରହିଥିଲେ। ପ୍ଲାଟଫର୍ମ ଉପରେ ରହିଥିବା ମତ୍ସ୍ୟଜୀବୀ ଦୁଇ ଜଣଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। କିନ୍ତୁ ଶିଡ଼ିରେ ଅଟକି ରହିଥିବା ମତ୍ସ୍ୟଜୀବୀ ଦ୍ବୟଙ୍କୁ ଗରୁଡ଼ କମାଣ୍ଡୋ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ସେମାନେ ପାଣିରେ ଗଳି ପଡ଼ିଥିଲେ। ସୌଭାଗ୍ୟବଶତଃ ସେହି ଦୁଇ ଜଣ ପହଁରି ଗୋଟିଏ କୋଣରେ ପହଞ୍ଚିଥିଲେ। ପରେ ସେମାନଙ୍କୁ ବାୟୁସେନା ଉଦ୍ଧାର କରିଥିଲା।
ନଦୀରୁ ୪ ଜଣଙ୍କୁ ଉଦ୍ଧାର କଲା ବାୟୁସେନା ହେଲିକପ୍ଟର
ସୋସିଆଲ ମିଡିଆରେ ଭାଇରାଲ ହେଲା ଦୃଶ୍ୟ
/sambad/media/post_attachments/wp-content/uploads/2019/08/Indian-Air-Force-airlift-two-persons.jpg)