ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ନିରୀକ୍ଷକ ତଥା ସମ୍ପାଦକ ବନମାଳୀ ନାଏକଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୫ଟି ସ୍ଥାନରେ ୫ ଡିଏସପି, ୭ ଇନସ୍ପେକ୍ଟର, ୪ ଏଏସଆଇ ଓ ଅନ୍ୟ ସହକର୍ମୀ ଚଢାଉ କରିଛନ୍ତି।
ଚଢାଉ କରାଯାଉଥିବା ସ୍ଥାନଗୁଡ଼ିକ ହେଲା, କେନ୍ଦୁପଡ଼ା ତଳଶଙ୍କରା ମୌଜାର ପ୍ଲଟ ନଂ ୨୧୫୭ରେ ଥିବା ଦୁଇଟି ତିନି ମହଲା କୋଠା, ଡେଙ୍ଗିଭାଡ଼ିର ଦୁଇ ମହଲା କୋଠା, ଲେଫ୍ରିପଡ଼ା ଥାନା କୁକୁରିଡିହି ପୈତୃକ ଗୃହ, ସରେଇକେଲା ଶ୍ଵଶୁର ଘର ଓ ସୁନ୍ଦରଗଡ଼ ସହରସ୍ଥିତ ସରକାରୀ ଅଫିସ। ଏଯାଏ ଚାଙ୍କ ଘରୁ ନଗଦ ୨ ଲକ୍ଷ ୯୭ ହଜାର ଟଙ୍କା, ବିପୁଳ ସୁନା ଗହଣା ଓ ବହୁ ବ୍ୟାଙ୍କ ଜମା ଜବତ କରିଛି ଭିଜିଲାନ୍ସ। ସମ୍ପତ୍ତି ପରିମାଣ କେତେ ତାର ଆକଳନ ଚଳାଇଛି। ଭିଜିଲାନ୍ସ ଟିମର ଚଢାଉ ଜାରି ରହିଛି।