ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ଗ୍ରାମ୍ୟଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ବଂଶଧର ସେଠୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ।
ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁରର ଶକ୍ତିନଗର, ପୋଲସରା ଚିରିକିପଦର, ବ୍ରହ୍ମପୁରର ଲୋଚାପଡ଼ା ଘର, ଦିଗପହଣ୍ଡିସ୍ଥିତ ଅଫିସରେ ଚାଲିଛି ଚଢ଼ାଉ। ୨ ଜଣ ଡିଏସପି ଓ ୬ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।