ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାର ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ କଥାକାର ବିଜୟ ନାୟକଙ୍କ ନିର୍ବାଚିତ ଗଳ୍ପଗୁଡିକର ସଂକଳନ ‘ବିଜୟ ନାୟକଙ୍କ ସ୍ମରଣୀୟ ଗଳ୍ପ’ ଲୋକାର୍ପିତ ହୋଇଛି। କଥାକାର ଶ୍ରୀ ନାୟକଙ୍କ ୨୧ଟି ବଛା ବଛା ଗଳ୍ପର ଏହି ସଙ୍କଳନକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଭାରତମଣ୍ଡପ ପରିସରରେ ଏନ୍ବିଟିର ବହୁଭାଷୀୟ ଭାରତ ଥିମ୍ ପ୍ରାଙ୍ଗଣର ଶୁଭ ଉଦଘାଟନ ଅବସରରେ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ସାଉଦି ଆରବର ରାଷ୍ଟ୍ରଦୂତଙ୍କ ସମେତ ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ଶ୍ରୀ ଚାମୁକୃଷ୍ଣ ଶାସ୍ତ୍ରୀ, ଜାତୀୟ ବୁକ୍ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫେସର ମିଲିନ୍ଦ ସୁଧାକର ମରାଠେ, ନିର୍ଦ୍ଦେଶକ ଯୁବରାଜ ମଲିକ, କେନ୍ଦ୍ର ଶିକ୍ଷା ବିଭାଗର ସଚିବ ପ୍ରମୁଖ ଯୋଗଦେଇ ପୁସ୍ତକଟି ପାଇଁ କଥାକାର ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅନୁବାଦକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର,ସୁଖ୍ୟାତ କାଶ୍ମୀରୀ ଓ ହିନ୍ଦୀ କଥାକାର ଅଗ୍ନିଶେଖର,କ୍ଷମା କାଉଲ୍,ଚନ୍ଦ୍ରକାନ୍ତା ପ୍ରମୁଖଙ୍କ ସମେତ ଏନବିଟି ଓଡିଆ ଆବାହକ ପ୍ରମୋଦ ସର,ଆଇଏଏସ୍ ଲକ୍ଷ୍ମୀନାରାୟଣ ମିଶ୍ର,ଓଡିଶାର ପ୍ରକାଶକଗଣ ଯଥା ଅଜୟ କୁମାର ପଣ୍ଡା, ସୁଧାଂଶୁ ପ୍ରଧାନ, ବିଭୂପ୍ରସାଦ ତ୍ରିପାଠୀ, ଶୁଭେନ୍ଦୁ କୁମାର ରଥଙ୍କ ସମେତ ବହୁ ବିଶିଷ୍ଟ ସାହିତ୍ୟିକ ଓ ପ୍ରକାଶକ ଉପସ୍ଥିତ ଥିଲେ। ବରିଷ୍ଠ ପ୍ରକାଶକ ଗଙ୍ଗାଧର ତ୍ରିପାଠୀଙ୍କ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ବିନୋଦବିହାରୀ, କଟକଙ୍କ ଦ୍ୱାରା ପ୍ରକାଶିତ ଏହି ଗଳ୍ପ ସଙ୍କଳନଟି ସବୁବର୍ଗର ପାଠକପାଠିକାଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି ।
‘ବିଜୟ ନାୟକଙ୍କ ସ୍ମରଣୀୟ ଗଳ୍ପ’ ଉନ୍ମୋଚିତ
/sambad/media/post_attachments/wp-content/uploads/2024/02/ggjgdjjggjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)