ସାଉଥର ସୁପରହିଟ୍ ମୁଭି ‘ବିକ୍ରମବେଧା’ର ହିନ୍ଦୀ ରିମେକ୍ କରାଯିବ ବୋଲି ଜଣାଯାଇଛି। ଏଥିପାଇଁ ସୁପରଷ୍ଟାର୍ ଶାହରୁଖ୍ ଖାନ୍ ମଧ୍ୟ ଆଗ୍ରହ ଦେଖାଇଛନ୍ତି। କୁହାଯାଉଛି ଯେ କିଙ୍ଗଖାନ୍ ଏହାର ରିମେକ୍ ରାଇଟସ୍ କିଣି ସାରିଛନ୍ତି।‘ବିକ୍ରମବେଧା’ରେ ଆର୍ ମାଧବନ୍ ନାୟକ ଭୂମିକାରେ ଅଛନ୍ତି। ସେ ନିଜେ ବି ଏହାର ହିନ୍ଦୀ ରିମେକରେ ହିରୋ ହେବାକୁ ଚାହୁଁଛନ୍ତି ବୋଲି ଖବର ପ୍ରକାଶ ପାଇଛି। ତେବେ ଫିଲ୍ମର ପ୍ରଯୋଜକ କହିଛନ୍ତି ଯେ ଏଯାବତ ରିମେକ୍ ରାଇଟସ୍ କାହାରିକୁ ଦିଆଯାଇନାହିଁ।
‘ବିକ୍ରମବେଧା’ର ହିନ୍ଦୀ ରିମେକ୍ରେ ଶାହରୁଖ୍ !
/sambad/media/post_attachments/wp-content/uploads/2017/09/srk9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)