ଘରେ ବସି ଏମିତି ପ୍ରସ୍ତୁତ କରନ୍ତୁ ଆପଣଙ୍କ ଭୋଟର ଆଇ ଡ଼ି କାର୍ଡ଼!

ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ୍‌ ରହିଛି ,ତେବେ ଘରେ ବସି ବି ଆପଣ ଆପଣଙ୍କର ଭୋଟର ଆଇଡ଼ି କାର୍ଡ଼କୁ ପ୍ରସ୍ତୁତ କରି ପାରିବେ! ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହେବାର ୧ ମାସ ମଧ୍ୟରେ ହିଁ ଆପଣଙ୍କ ପାଖରେ ଯାଇ ଆପଣଙ୍କର Voter ID କାର୍ଡ଼ ପହଞ୍ଚଯିବ। ତେବେ ଏନେଇ ଆପଣଙ୍କୁ କେବଳ ଏହି ଉପାୟକୁ ଅନୁସରଣ କରିବାକୁ ହେବ।
ତେବେ କ’ଣ ଅଟେ ଏହି ସବୁ ଉପାୟ ଆସନ୍ତୁ ଜାଣିବା……।

ପ୍ରଥମତଃ ଆପଣଙ୍କୁ ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲ୍‌ର ଓ୍ଵବ୍‌ସାଇଟ୍‌ ତଥା -www.nvsp.in କୁ ଯିବାକୁ ପଡ଼ିବ, ଯେଉଁଠାରେ କି ଆପଣଙ୍କୁ ‘Apply online for registration of new voter’ର ଅପ୍‌ସନ୍‌ଟି ମିଳିବ। ଏଥିସହିତ ଆପଣଙ୍କୁ ଏଠାରେ ଏକ ଅପ୍‌ସନ୍‌ ମିଳିବ।ଏହାପରେ ଆପଣ ଏଠାରେ କ୍ଲିକ୍‌ କରନ୍ତୁ। ତେବେ ଏହାକୁ କ୍ଲିକ୍‌ କରିବା ମାତ୍ରକେ ଉକ୍ତ ଫର୍ମଟି ଖୋଲିଯିବ। ଏହାପରେ ଆପଣଙ୍କୁ ଏଥିରେ ରହିଥିବା ସମସ୍ତ ଅପ୍‌ସନ୍‌କୁ ଭରିବାକୁ ହେବ ଏବଂ ଏନେଇ ସପୋର୍ଟେଡ଼୍‍ ଡ଼କ୍ୟୁମେଣ୍ଟ୍‌ସକୁ ମଧ୍ୟ ଅପ୍‌ଲୋଡ଼୍‍ କରିବାକୁ ହେବ। ହେଲେ ଆପଣଙ୍କୁ ମନେ ରଖିବାକୁ ହେବ ଯେ,ଯେପରି ଆପଣ ଏହାକୁ ସତର୍କତାର ସହିିତ ପୂରଣ କରନ୍ତି ବୋଲି! କାରଣ ଏଥିରେ ଆପଣଙ୍କ ଦ୍ୱାରା ହୋଇଥିବା ଗୋଟିଏ ହିଁ ଭୁଲ୍‌ ଆପଣଙ୍କ ଭୋଟର୍‌ ଆଇଡ଼ି କାର୍ଡ଼ରେ ନଜର ଆସିଯିବ।

photo-youtube

ଏହାପରେ ଆପଣଙ୍କୁ ଏଠାରେ ଆପଣଙ୍କର କଲର୍‌ ଫଟୋକୁ ହ୍ଵାଇଟ୍‌ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଅପ୍‌ଲୋଡ଼୍‍ କରିବାକୁ ହେବ। ଏଥିସହିତ ଆପଣ ଯେବେ ବି ଆପଣଙ୍କ ଭୋଟର ଆଇଡ଼ି କାର୍ଡ଼କୁ ଆପ୍ଲାଇ କରିବେ , ଏହାର ତତ୍‌କ୍ଷଣାତ୍‌ ଇଲେକ୍ସନ କମିଶନ ଅଧିକାରୀ ଆପଣଙ୍କର ସାର୍ଟିଫିକେଟ୍‌କୁ ଭେରିଫିକେସନ୍‌ କରିବେ।ଏହାପରେ ଆପଣଙ୍କର ଭୋଟର ପରିଚୟ ପତ୍ରଟି ଆପଣଙ୍କ ପାଖକୁ ୧ ମାସ ମଧ୍ୟରେ ଡାକ ଜରିଆରେ ଆପଣଙ୍କ ଘର ମଧ୍ୟରେ ପହଞ୍ଚଯିବ।

ସମ୍ବନ୍ଧିତ ଖବର