ଖାଇବା ସମୟରେ ପାଣି ପିିଇବା ଉଚିତ ନା ଅନୁଚିତ ?

ପାଣି ଶରୀର ପାଇଁ ଏକ ମୁଖ୍ୟ ସାମଗ୍ରୀ ଯାହା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ । କେତେକ ଲୋକ ଖାଇବା ସମୟରେ ପାଣି ପିଇଥାଆନ୍ତି । ଏହାକୁ ନେଇ ଦୁଇଟି ମତ ରହିଛି । ପ୍ରଥମଟି ହେଲା ଖାଇବା ସହିତ ପାଣି ପିଇବା ଅନୁଚିତ । ଆଉ କେତେକ ମନେ କରନ୍ତି ଯେ ଖାଇବା ସମୟରେ ପାଣି ପିିଇବା ସ୍ୱାସ୍ଥ୍ୟ ପାଇଁ ଭଲ । ହେଲେ ପ୍ରକୃତରେ କେଉଁଟା ଉଚିତ ଓ ଅନୁଚିତ ଆସନ୍ତୁ ଜାଣିବା ..

ଯଦି ଆପଣ ଭାବୁଥିବେ ଯେ ଖାଦ୍ୟ ଗ୍ରହଣ ସମୟରେ ପାଣି ପିଇଲେ ପେଟରୁ ବାହାରୁଥିବା ଅମ୍ଳ ନିଷ୍କାସିତ ହୁଏ ନାହିଁ, ତେବେ ତାହା ଭୁଲ୍‌ ଧାରଣା । ଚିିକିତ୍ସକଙ୍କ ମତ ଅନୁସାରେ ସେଭଳି କିଛି ଘଟେ ନାହିଁ । କେତେକ ଭଲ ହସ୍ପିଟାଲର ଚିିକିତ୍ସକଙ୍କ ଗବେଷଣା ଅନୁଯାୟୀ ଖାଇବା ସମୟରେ ପାଣି ପିଇଲେ ଏଭଳି ସମସ୍ୟା ନ ଥାଏ ।
ଯେଉଁମାନେ ଭାବୁଥିବେ ଯେ ଖାଇବା ସଙ୍ଗେ ସଙ୍ଗେ ପାଣି ପିିଇଲେ ହଜମ କ୍ରିୟାରେ କଥା ଉପୁଜିବ ବୋଲି, ତାହା ଠିକ୍‌ ନୁହେଁ । ମନେ ରଖନ୍ତୁ ପାଚନ କ୍ରିୟା ଏବେ ଜଟିଳ ପ୍ରକ୍ରିୟା । ଏହା ଠିକ୍‌ ରହିଲେ ମଣିଷର ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ସତେଜ ରହେ ।

photo-nutritionandsupplementnews.com

ଖାଇବା ସମୟରେ ପାଣି ପିଇଲେ ବଦ ହଜମୀ ବା କୋଷ୍ଠ କାଠିନ୍ୟତାର ସମସ୍ୟା ବି ରହିବ ନାହିଁ ବୋଲି ମଧ୍ୟ ଜଣାଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଖାଇବା ସମୟରେ ପାଣି ପିଇଲେ ଆପଣ ଅଧିକ ମାତ୍ରାରେ ଭୋଜନରୁ ବି ନିବୃତ୍ତ ରହିବେ । ଏହା ଶରୀର ପାଇଁ ଭଲ । ଜଳରେ ବହୁ ପରିମାଣରେ ନ୍ୟୁଟ୍ରିଅଣ୍ଟସ ଥାଏ, ଯାହା ଆପଣଙ୍କୁ ଖାଦ୍ୟ ସହିତ ସହଜରେ ମିଳିଯାଇଥାଏ । ଏଣୁ ଖାଇବା ସମୟରେ ପାଣି ପିଇବାରେ କିଛି ସମସ୍ୟା ନାହିଁ ।

ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ ଖାଦ୍ୟଗ୍ରହଣ ସମୟରେ ଲେମ୍ବୁ ପାଣି ପିଇଲେ ଦେହପାଇଁ ଭଲ। ଅନେକ ଳୋକଙ୍କର ଧାରଣା ଯେ ଖାଇବା ବେଳେ କୌଣସି ପ୍ରକାରର ପାନୀୟ ଗ୍ରହଣ କରିବା ଠିକ୍‌ ନୁହେଁ । ହେଲେ ଏ କ୍ଷେତ୍ରରେ ଲେମ୍ବୁ ପାଣି ଏକ ବ୍ୟତିକ୍ରମ। ଏହା ଲୋକର ଓଜନ ହ୍ରାସ ହୋଇଥାଏ । ଏକଥା ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏତଦ୍‌ବ୍ୟତୀତ ଏହାର ମଧ୍ୟ ଅନେକ ଉପକାରିତା ଅଛି । ଆସନ୍ତୁ ଜାଣିବା ସେ ସଂପର୍କରେ । ସବୁବେଳେ ଲେମ୍ବୁ ପାଣି ପିିଇବା ଦ୍ୱାରା ବହୁତ ରୋଗରୁ ମୁକ୍ତି ମିଳିଥାଏ ।

ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ ।

ସମ୍ବନ୍ଧିତ ଖବର