ଖରାଦିନ ଆସିବାମାତ୍ରେ ନିଜ ପାଦର ବିଶେଷ ଯତ୍ନ ନେବା ଆବଶ୍ୟକ । ଅନେକ ସମୟରେ ଖରାକୁ ବାହାରିବାବେଳେ ପାଦରେ ଜୋତା ବା ମୋଜା ନ ପିନ୍ଧିବାକୁ ପସନ୍ଦ କରି ନ ଥାଉ ଆମେ। କିନ୍ତୁ ଏହାଦ୍ୱାରା ପାଦରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ।
ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଆମେ ନିଜ ପାଦର ଖାସ୍‌ ଯତ୍ନ ନେଇ ନ ଥାଉ। ଏଥିପାଇଁ ସମୟ ବାହାର କରିବା କାଠିକର ପାଠ ହୋଇଥାଏ। ଖରାର ପ୍ରକୋପ ଓ ଧୂଳି ମାଟି ହେତୁ ପାଦର ତ୍ୱଚା ଶୁଷ୍କ ହୋଇ ଯାଇଥାଏ। ଏପରିକି ଏଡ଼ି ମଧ୍ୟ ଫାଟିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ପାଦରେ ସାବୁନ ଲଗାଇ ଭଲଭାବେ ସଫା କରିବା ଉଚିତ।
ଯଦି ଆପଣଙ୍କର ଏଡ଼ି ଶୁଷ୍କ ଓ ପଟା ହୋଇଥାଏ,ତେବେ ଭଲ ମଶ୍ଚରାଇଜର ଲଗାନ୍ତୁ। ସକାଳେ ଗାଧୋଇବା ପରେ ରାତିରେ ଶୋଇବା ପୂର୍ବରୁ ପାଦରେ ମଶ୍ଚରାଇଜର୍‌ ନିଶ୍ଚିତ ଭାବେ ଲଗାନ୍ତୁ। ଏଡ଼ି ଅଧିକ ଫାଟିଥିଲେ ଚର୍ମରୋଗ ବିଶେଷଜ୍ଞ ମାନଙ୍କର ପରାମର୍ଶ ନେବା ଜରୁରୀ। ପାଦରେ ରୁଖାପଣ ହେଲେ ଏକ୍‌ଜିମା ହେବାର ଆଶଙ୍କା ରହିଥାଏ।

Advertisment

publive-image photo-youtube

ଏଣୁ ଖରାଦିନେ ପାଦରେ କପଡ଼ାରେ ତିଆରି ମୋଜା ପିନ୍ଧିବା ଜରୁରୀ। ଏହା ଦ୍ୱାରା ପାଦର ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରହିବା ସହିତ ସଂକ୍ରମଣର ଆଶଙ୍କା ବି ନ ଥାଏ। ଠିକ୍‌ ସେହିପରି ବେଳେବେଳେ କୌଣସି ଉନ୍ନତମାନର ପାର୍ଲରକୁ ଯାଇ ବା ନିଜ ଘରେ ପେଡ଼ିକିଓର୍‌ ବି କରାଇ ନେବା ଉଚିତ। ଏହାଦ୍ୱାରା ଆପଣଙ୍କ ପାଦରେ ଥିବା ମୃତ ତ୍ୱଚା ବାହାରି ଯାଇଥାଏ ଏବଂ ପାଦ ସୁନ୍ଦର ରହେ।