ଅଧିକାଂଶ ରତ୍ନକୁ ସୁନାରେ ପିନ୍ଧା ଯାଇଥାଏ। ସୁନା ପିନ୍ଧିବା ଦ୍ୱାରା ସୌନ୍ଦର୍ଯ୍ୟ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ଭାରତରେ ବିଶ୍ୱାସ ରହିଛି ଯେ,ସୁନା ପିନ୍ଧିଲେ ଖରାପ ନଜରରୁ ବି ରକ୍ଷା ମିଳିଥାଏ। ଏହି କାରଣରୁ ନବଜାତ ଶିଶୁକୁ ମଧ୍ୟ ସୁନା ପିନ୍ଧା ଯାଇଥାଏ ଓ କଳା ସୁତାରେ ସୁନା ବାନ୍ଧି ଅଣ୍ଟାରେ ଗୁଡ଼ାଇ ଦିଆ ଯାଇଥାଏ ଶିଶୁଙ୍କର । ଆମ ସଂସ୍କୃତିରେ ଏକଥା ମଧ୍ୟ ଗୁରୁତ୍ୱ ଦିଆ ଯାଇଥାଏ ଯେ,ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସୁନା ପିନ୍ଧା ଯାଇଥାଏ। ଏବେ ଜାଣନ୍ତୁ ସୁନା ପିନ୍ଧିଲେ ଜଣେ ଧନୀ ହୋଇ ପାରିବେ। ତା’ଛଡ଼ା ଜୀବନରେ ଅଶାନ୍ତି ସମାପ୍ତି ହୋଇ ଖୁସି ଆସିଥାଏ।
ସୁନା ପିନ୍ଧିବାର ଆଧ୍ୟାତ୍ମିକ ମହତ୍ୱ ବି ରହିଛି। ସୁନା ଶରୀରରେ ପିନ୍ଧିଲେ ସହସ୍ରାର ଚକ୍ର ଜାଗ୍ରତ ହୋଇଥାଏ। ମନୁଷ୍ୟ ସୁନା ପିନ୍ଧିଲେ,ନିଜର ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ।
ଅନାମିକା ଆଙ୍ଗୁଳିରେ ମୁଦି ପିନ୍ଧିଲେ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି ପାଇଥାଏ। ଏହା ସକରାତ୍ମକ ଶକ୍ତି ବି ବୃଦ୍ଧି କରିଥାଏ।
/sambad/media/post_attachments/wp-content/uploads/2018/04/gold-ring8.jpg)
ମନେ ରଖନ୍ତୁ ମହିଳା ବାମ ହାତରେ ଓ ପୁରୁଷ ଡ଼ାହାଣ ହାତରେ ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିବାର ପରଂପରା ରହିଛି।
ଆଉ ଏକ ବିଶ୍ୱାସ ରହିଛି ଯେ,ସୁନା ପିନ୍ଧିବା ଶୁଭ,ଅପର ପକ୍ଷରେ ସୁନା ହଜିବାକୁ ଅଶୁଭ ବୋଲି ବିବେଚନା କରାଯାଏ ଆମ ପରଂପରାରେ।