ହ୍ବାଟ୍‌ସଆପ୍‌ର ନୂଆ ଫିଚର୍‌: ଏକକାଳୀନ ୮ ଜଣଙ୍କ ସହ କରି ହେବ ଭିଡିଓ କଲିଂ

ନୂଆଦିଲ୍ଲୀ: ଏହି ଲକ୍‌ଡାଉନ୍‌ରେ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିବାର ଯୋଜନା କରିଛି। ଏହି ଫିଚର୍‌ରେ ଏକକାଳୀନ ୮ ଜଣ ‌ଲୋକଙ୍କୁ ଭିଡିଓ କଲିଂ କରି ହେବ। ବେଟା ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍‌ ପୂର୍ବରୁ ହିଁ ଉପଲବ୍ଧ ଅଛି। ଏବେ ଏହି ଫିଚର୍‌ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ୍‌ କରାଯିବ।

ଆସନ୍ତା ସପ୍ତାହ ସୁଦ୍ଧା ଏହି ଫିଚର୍‌ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏବେ ହ୍ବାଟ୍‌ସଆପ୍‌ରେ ଏକକାଳୀନ ୪ ଜଣ ଲୋକଙ୍କୁ ଭିଡିଓ କଲିଂ କରି ହେଉଛି। ଭିଡିଓ କଲିଂ ସମୟରେ କେବଳ ୪ ଜଣଙ୍କୁ ହିଁ ଆଡ୍‌ କରି ହେଉଛି। ଏହା ବୃଦ୍ଧି ପାଇ ୮ ହୋଇଯିବ।

ଏହି ଲକ୍‌ଡାଉନ୍‌ରେ ଭିଡିଓ କଲିଂ ହିଁ ନିଜର ଲୋକମାନଙ୍କ ସହ ଯୋଡ଼ିବାର ଏକ ପ୍ରମୁଖ ମାଧ୍ୟମ ବୋଲି ଚିନ୍ତା କରି  କମ୍ପାନି ଏପରି ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ କମ୍ପାନି ପକ୍ଷରୁ  ମନୋରଞ୍ଜନ ସକାଶେ କମ୍ପାନି କିଛି ନୂଆ ଷ୍ଟିକର ଲଞ୍ଚ୍‌ କରିଛି। ହ୍ବାଟ୍‌ସଆପ୍‌ ଏହି ଷ୍ଟିକର୍‌ ପ୍ୟାକ୍‌ର ନାମ ଦେଇଛି ‘ଟୁଗେଦର୍‌ ଆଟ ହୋମ୍‌’। ହ୍ବାଟ୍‌ସଆପ୍ ଏଥିରେ ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ୍‌(ଡବ୍ଲୁଏଚ୍‌ଓ)କୁ ପାର୍ଟନର୍‌ ବନାଇଛି। ଏହି ନୂଆ ଷ୍ଟିକ୍‌ ପ୍ୟାକ୍‌ ଉଭୟ ହିନ୍ଦୀ ଓ ଇଂରାଜୀରେ ଉପଲବ୍ଧ।

ସମ୍ବନ୍ଧିତ ଖବର