ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ସାମ୍ବାଦିକ ସମ୍ବିଳନୀ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବହୁ ଯୋଜନା ଆରମ୍ଭ ହେବ । ବିଜେପି ସରକାର ଆସିଲେ ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଯୋଜନା ଆରମ୍ଭ ହେବ । ମଧ୍ୟ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡି଼ଶାରେ ୩ଟି କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯିବ। ରାଜ୍ୟର ସମସ୍ତ ଚିନିକଳ ଖୋଲିବ ବୋଲି ସେ କହିଛନ୍ତି।
ଅଢେଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡିଶାକୁ ଆଣାଯିବ। ବନ୍ଦ ହୋଇଥିବା ୩ ଟେକ୍ସଟାଇଲ ମିଲ ଆଉ ୭ ସ୍ପିନି ମିଲ ବିଜେପି ସରକାରକୁ ଆସିଲେ ଖୋଲାଯିବ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ନୀତି ବିଜେପି ସରକାର ଲାଗୁ କରିବେ । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ଯୋଜନା ଆରମ୍ଭ କରାଯିବ। ବିଜେପି ସରକାର ଆସିଲେ ୧୮ ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ନିଜ ନିଜ ଟଙ୍କା ଫେରି ପାଇବେ ।
ଅଙ୍ଗନୱାଡି ଦିଦିଙ୍କର ମାସିକ ଦରମା ୧୨୦୦୦ ଓ ସହାୟିକାଙ୍କ ଦରମା ୮୦୦୦ କୁ ବୃଦ୍ଧି । ମୁଁ ମେଧାବୀ ଝିଅ ଯୋଜନାରେ ଝିଅ ଜନ୍ମ ହେଲେ ୨ ଲକ୍ଷ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ୫୦ ହଜାର କ୍ୟାସ ଭାଉଚର ମହିଳାଙ୍କୁ ପ୍ରଦାନ କରାଯିବ। ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଯୋଜନା ଆରମ୍ଭ ହେବ ।