ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କ ଆଗାମୀ ସିନେମା ମଧ୍ୟରୁ ଗୋଟିଏ ହେଲା‘ସିମ୍ବା’।ଏହାର ପ୍ରଯୋଜକ ହେଲେ କରଣ ଜୋହର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି। ଏହି ସିନେମାରେ ରଣବୀର ସିଂହଙ୍କୁ ଜଣେ ଭ୍ରଷ୍ଟ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
ତେବେ ‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକା ନିଭାଇବେ,ତାହାକୁ ନେଇ ବେଶ୍ କିଛି ଦିନ ଧରି ଆକଳନ ଚାଲିଥିଲା ।ବଲିଉଡ଼୍ରେ ଚର୍ଚ୍ଚା ଚାଲିଥିଲା ଯେ,ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ରେ ରଣବୀରଙ୍କ ସାଥ୍ ପାଇ ପାଇବେ। କୁହାଗଲା ଯେ, ନିର୍ମାତା କରଣ ଜୋହର ଇତି ମଧ୍ୟରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଆପ୍ରୋଚ୍ କରିଛନ୍ତି। ସେ ଶ୍ରୀଦେବୀଙ୍କ ସହିତ ମଧ୍ୟ ଏ ବିଷୟରେ କଥା ହୋଇଥିଲେ। କରଣ ଶ୍ରୀଦେବୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସଂପ୍ରତି ଯେଉଁ ୟଙ୍ଗ୍ଷ୍ଟାର୍ ମାନଙ୍କର ଜବରଦସ୍ତ କ୍ରେଜ୍ ଅଛି,ସେମାନଙ୍କ ଭିତରୁ ରଣବୀର ସିଂହ ଜଣେ। ଏଣୁ ତାଙ୍କ ସହ ଜାହ୍ନବୀ ଦ୍ୱିତୀୟ ସିନେମା କରିଲେ ତାହା ତାଙ୍କ କ୍ୟାରିଅର୍ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ। ତା’ଛଡ଼ା ହିଟ୍ ଡ଼ିରେକ୍ଟର ରୋହିତ ସେଟ୍ଟି ଏହାର ନିର୍ଦ୍ଦେଶନା ଦେଉଥିବା ହେତୁ ‘ସିମ୍ବା’ ହିଟ୍ ହେବାର ସମ୍ଭାବନା ଅଧିକ।
/sambad/media/post_attachments/wp-content/uploads/2018/04/sara-ali-khan-hindustantimes-300x169.jpg)
ଏହି ସିନେମାର ଅଫର ପାଇବାପରେ ଜାହ୍ନବୀ ଅତି ମାତ୍ରାରେ ଉଲ୍ଲସିତ ହୋଇଥିଲେ। ହେଲେ ସେ ନର୍ଭସ୍ ବି ଥିଲେ ବୋଲି କେତେକଙ୍କ ଆଗରେ କହିଥିଲେ ବୋଲି ଶୁଣିବାକୁ ମିଳୁଛି। ସେ କୁଆଡେ ରଣବୀର୍ ସିଂହଙ୍କ ଭଳି ଟପ୍ ଷ୍ଟାରଙ୍କ ସହ ଫିଲ୍ମ କରିବାକୁ ନେଇ ଭାରି ଅସହଜ ଥିଲେ। ଏକଥା କରଣଙ୍କ କାନରେ ପଡ଼ିଲା। ତେଣେ ସାରା ଅଲ୍ଲୀ ଖାନଙ୍କୁ ‘ସିମ୍ବା’ରେ ନେବାଲାଗି ରୋହିତ ସେଟ୍ଟିଙ୍କ ଉପରେ ଚାପ ପକାଉଥିଲେ ରଣବୀର୍। କାରଣ ସାରାଙ୍କ ସହ ଆଗରୁ ରଣବୀରଙ୍କର ଲିଙ୍କ ଅପ୍ ଖବର କିଛି ମାସତଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଣେ କାଳେ ସିନେମାଟି ଫ୍ଲୋରକୁ ଯିବାରେ ଡେରି ହୋଇଯିବ ସେହି କାରଣରୁ ସୈଫ୍ ଅଲ୍ଲୀ ଖାନଙ୍କ କନ୍ୟା ସାରାଙ୍କୁ ‘ସିମ୍ବା’ ପାଇଁ ସାଇନ୍ କଲେ ନିର୍ମାତା।