ଭୁବନେଶ୍ବର: ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ବସିବ । ସକାଳ ୧୧ଟାରେ ଏହି ବୈଠକ ବସିବ। ବିଧାନସଭା ଶୀତକାଳୀନ ଅଧିବେଶନ କିଭଳି ପରିଚାଳନା ହେବ, ସେ ନେଇ ଏଥିରେ ଆଲୋଚନା ହେବ। ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ କି ନାହିଁ , ସେ ନେଇ ମତାମତ ନିଆଯିବ । ସେହିଦିନ ଦୁଇ ନୂଆ ବିଧାୟକ ବି ଶପଥ ନେବେ।
ଏଥର ବି ଗୋଟିଏ ପ୍ରସଙ୍ଗରେ ଦୁଇଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସିପାରିବ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି
ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ବିଧାନସଭାରେ ପ୍ରଶ୍ନୋତ୍ତର କାଳ ରହିବା ଦରକାର। ନିଜ ଅଂଚଳର ସମସ୍ୟା ଉପସ୍ଥାପନ କରିବେ ବିଧାୟକ । ସଂସଦୀୟ ଢାଞ୍ଚାକୁ ଦେଖି ଗତଥର ବାଚସ୍ପତି ଏହା କରିଲେନି । ତେବେ ଏଥର କରୋନା କମିଥିବାରୁ ଏହାକୁ ୫ ଘଣ୍ଟାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/33-9-750x430-1.jpg)