ଭବାନୀପାଟଣା: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପବିତ୍ର ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି। ଏଣେ କଳାହାଣ୍ଡି ଗସ୍ତରେ ଥିବା ବେଳେ ଜଣେ ମହିଳା ସୁରକ୍ଷା କର୍ମୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ରାଖୀ ବାନ୍ଧିଛନ୍ତି। ଏହି ସମୟରେ ମହିଳା ସୁରକ୍ଷା କର୍ମୀ କହିଛନ୍ତି, ‘ମୁଁ ହରିଆଣାର ଅଧିବାସୀ, ଏଣୁ ଭାଇ ହାତରେ ରାଖୀବାନ୍ଧିପାରିବି ନାହିଁ। କିନ୍ତୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୋତେ ତାଙ୍କ ହାତରେ ରାଖୀ ବାନ୍ଧିବାର ସୁଯୋଗ ଦେଇଥିବାରୁ ମୁଁ ଖୁବ୍ ଖୁସି।’
सभी को #रक्षाबंधन की हार्दिक शुभकामनाएं।#JanAshirwadYatra के दौरान मेरी सुरक्षा की ज़िम्मेदारी निभा रही RPF Constable श्रीमती सुमन देवी से राखी बंधवाई। pic.twitter.com/lxY101ZAux
— Ashwini Vaishnaw (@AshwiniVaishnaw) August 22, 2021
ଏଣେ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହାପରେ ସେ କହିଛନ୍ତି, ନର୍ଲା ଇଲେକ୍ଟ୍ରିକ୍ ରେଳ ଇଞ୍ଜିନ୍ ମରାମତି କାରଖାନା ଖୁବ୍ ଶୀଘ୍ର ଆରମ୍ଭ ହେବ। ଜମି ଅଧିଗ୍ରହଣ ସରିବା ମାତ୍ରେ ଆରମ୍ଭ ହେବ କାମ ବୋଲି ବି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ସ୍ୱତନ୍ତ୍ର ଭାବେ ଜିଲ୍ଲାର ସମସ୍ତ ରେଳ ଷ୍ଟେସନ୍ ପାଇଁ ଧ୍ୟାନ ଦେବାକୁ ରେଳ ମନ୍ତ୍ରୀ ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆଗାମୀ ଦିନରେ ଜିଲ୍ଲାରେ ରେଳବାଇ କ୍ଷେତ୍ରରେ ଅନେକ ବିକାଶ କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ।