କାହିଁକି ମହିଳାମାନେ ବିଭିନ୍ନ ରୋଗର ଶିକାର ହୋଇଥାଆନ୍ତି ?

ମଣିଷକୁ ଯେତିକି ସୁବିଧା ମିଳୁଛି, ତା’ତୁଳନାରେ ତା’କୁ ତା’ଠୁଁ ବେଶି ରୋଗ ଘାରୁଛି । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଠାରେ ରୋଗ ସହିତ ଲଢିବାର କ୍ଷମତା ଅଧିକ ଥାଏ। ମହିଳାମାନେ ସେମାନଙ୍କ ଶରୀରକୁ ନେଇ ବେପରବାୟ । ସେ ନିଜ ପରିବାରର ଯତ୍ନ ନେବାରେ ସମୟ ବିତାଇ ଥାଆନ୍ତି, ତା’ଭିତରେ ନିଜ ଦେହ କଥା ଭୁଲିଯାଆନ୍ତି । ଖାଇବା ପିଇବା, ଶୋଇବା ସମେତ ନିଜର ଜୀବନଶୈଳୀ ପ୍ରତି ଧ୍ୟାନ ନ ଦେବା କାରଣରୁ ମହିଳାମାନେ ବିଭିନ୍ନ ରୋଗର ଶିକାର ହୋଇଥାଆନ୍ତି ।

ମହିଳାମାନେ ନିଜର ଅସାବଧାନତା ଓ ବେପରବାୟ ମନୋବୃତ୍ତି ଯୋଗୁଁ ଅନେକ ସମୟରେ ଥାୟରଏଡ୍‌ ଓ ଆଷ୍ଟିୟୋପୋରୋସିସ୍‌ ଭଳି ରୋଗର ଶିକାର ହୋଇପାରନ୍ତି ।

ଥାୟରଏଡ୍‌ ଶରୀରର ଏକ ଗ୍ଲାଣ୍ଡ ବା ଗ୍ରନ୍ଥି , ଯାହା ଶରୀରରେ ହେଉଥିିବା ବିଭିନ୍ନ କ୍ରିୟାଗୁଡିକ ନିୟନ୍ତ୍ରିତ କରିଥାଏ । ଯେତେବେଳେ ଏହି ଗ୍ଲାଣ୍ଡ ଅଧିକ ସକ୍ରିୟ ହୋଇଯାଇଥାଏ, ସେତେବେଳେ ଥାୟରଏଡ୍‌ ହରମନ୍‌ର ମାତ୍ରାର ପରିମାଣ ଅଧିକ ବୃଦ୍ଧି ପାଇଥାଏ କିମ୍ବା ଯେତେବେଳେ ଥାୟରଏଡ୍‌ ଗ୍ଲାଣ୍ଡ୍‌ କମ୍‌ ସକ୍ରିୟ ହୋଇଥାଏ, ସେତେବେଳେ ଥାୟରଏଡ ହରମନ୍‌ର ମାତ୍ରା କମ୍‌ ହୋଇଯାଏ । ଏ ଦୃଷ୍ଟିରୁ ଦୁଇଟିଯାକ ସ୍ଥିତି ବିପଜ୍ଜନକ । ଥାୟରଏଡ୍‌ ରୋଗର ଅନେକ ଲକ୍ଷଣ ରହିଛି, ଯାହାକୁ ସହଜରେ ଜାଣି ହେବ ।

 

photo-navbharattimes

ଏହି ଲକ୍ଷଣ ମଧ୍ୟରେ ରହିଛି ନଖ ଭାଙ୍ଗିବା, ଓଜନ ବୃଦ୍ଧି ପାଇବା, ନିସ୍ତେଜ ଲାଗିବା, ଅଧିକ ନିଦ ଲାଗିବା, ଅଧିକ କ୍ଲାନ୍ତ ଲାଗିବା, କେଶ ଝଡିବା, ଡିପ୍ରେସନ୍‌ , ଚିଡି ଉଠିବା, ତ୍ୱଚା ଶୁଷ୍କ ହେବା, ମାସିକ ଋତୁସ୍ରାବ ସମୟରେ କଷ୍ଟ ହେବା, ବ୍ଲିଡିଙ୍ଗ୍‌ ହେବା, ଭଲ ନିଦ ନ ହେବା କୌଣସି କାମରେ ମନ ନ ଲାଗିବା ଆଦି । ଉପରୋକ୍ତ ଲକ୍ଷଣ ଗୁଡିକ ମଧ୍ୟରୁ ଦୁଇ ତିନିଟି ଦେଖା ଦେଲେ, ତୁରନ୍ତ ଥାୟରଏଡ୍‌ ଟେଷ୍ଟ୍‍ କରାଇ ନିଅନ୍ତୁ । ଏହି ରୋଗ ଯେକୌଣସି ବୟସର ମହିଳାଙ୍କୁ ହୋଇପାରେ । ଗର୍ଭାବସ୍ଥାରେ ଏହି ବ୍ୟାଧି ଦେଖା ଦେଲେ ଜାଣିବେ ଏହା ବଂଶାନୁକ୍ରମିକ ।

ସମ୍ବନ୍ଧିତ ଖବର