ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ କେଉଁ ନିୟମ ମାନିଲେ ଭଲ ?

ଏବେ ବି ଅଧିକାଂଶ ଲୋକେ ଚାକିରି ଉପରେ ନିର୍ଭରଶୀଳ। ଅନ୍ନସଂସ୍ଥାନ ଲାଗି କିଏ ବେସରକାରୀ କଂପାନୀ କିଏ ସରକାରୀ ଅଫିସ୍‌ରେ ଚାକିରି କରୁଛନ୍ତି। ସେମାନଙ୍କ ଭିତରୁ କିଏ ସାଧାରଣ କର୍ମଚାରୀ ଭାବେ ନିଯୁକ୍ତ ହେଉଛନ୍ତି ତ ପୁଣି କିଏ କୌଣସି ବିଭାଗର ମୁଖ୍ୟ ହେଉଛନ୍ତି। ଯେଉଁ କାର୍ଯ୍ୟରେ ନିୟୋଜିତ ହୁଅନ୍ତୁ କି ଯେଉଁ ପଦବୀରେ ନିଯୁକ୍ତ ହୋଇଥାନ୍ତୁ ଅଫିସର କେତୋଟି ନିୟମ ଆପଣ ମାନିଲେ ଭଲ ।

ଆପଣ ଯେଉଁଠି ବି କାମ କରୁଛନ୍ତି, ସେଠାରେ ଶାଳୀନତା ରକ୍ଷା କରିବା ପରେ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ । ନିଜର ଦାୟିତ୍ୱ ପ୍ରତି ସର୍ବଦା ସଚେତନା ରହନ୍ତୁ । ଆପଣ ନିଜର ଅଭ୍ୟାସକୁ ମଧ୍ୟ ବଦଳାଇବାକୁ ପଡିପାରେ । ଏସବୁ କାମ କରିପାରିଲେ, ଆପଣ କ୍ୟାରିଅର୍‌ରେ ଉନ୍ନତି ନିଶ୍ଚିତ ଭାବେ କରିବେ । ସହକର୍ମୀମାନଙ୍କ ମନ ନେଇ କାମ କରିବା ଉଚିତ। ବିଶେଷ କରି ଟିମ୍‌ ଲିଡରଙ୍କ ପରାମର୍ଶକୁ ଗୁରୁତ୍ୱ ଦିଅନ୍ତୁ।

photo-canadianbusiness.com

ଯଦି ଆପଣ କୌଣସି ବେସରକାରୀ ସଂସ୍ଥାରେ ଟିମ୍‌ ଲିଡର ଭାବେ କାର୍ଯ୍ୟ କରୁଥାଆନ୍ତି, ତେବେ ଆବଶ୍ୟକ ସ୍ଥଳେ ଅନ୍ୟ କର୍ମଚାରୀଙ୍କୁ ସହଯୋଗ କରିିବେ । ଯଦି ଆପଣଙ୍କଠୁଁ କେହି ପରାମର୍ଶ ଚାହୁଁଛନ୍ତି, ତାଙ୍କୁ ଉପଯୁକ୍ତ ପରାମର୍ଶ ଦେଲେ ଆପଣଙ୍କ ବିଭାଗର କାମ ବେଶ୍‌ ଶୃଙ୍ଖଳିତ ହେବ ।
ଯଦି ଅଫିସ୍‌ରେ ଆପଣଙ୍କୁ ମିଟିଂରେ ଯୋଗ ଦେବାକୁ ପଡୁଥାଏ, ତେବେ ଯଥେଷ୍ଟ ପୂର୍ବରୁ ନିଜ ସାଙ୍ଗରେ ଏଥିପାଇଁ ଆବଶ୍ୟକୀୟ ଫାଇଲ୍‌ ,ତଥ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ରଖନ୍ତୁ । ମିଟିଂରେ ଆପଣ ଯଦି କୌଣସି ତଥ୍ୟ ଦେଇ ନ ପାରିଲେ, ତେବେ ଏହା ଦ୍ୱାରା ଆପଣଙ୍କର ଦାୟିତ୍ୱହୀନତା ପ୍ରମାଣିତ ହୋଇଯିବ। ଅତଏବ କର୍ମକ୍ଷେତ୍ରରେ ଏହି ବିଷୟ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ ।

ସମ୍ବନ୍ଧିତ ଖବର