ବିଶ୍ୱକପ କ୍ରିକେଟ : ୨୦୦ରୁ ଅଧିକ ଦେଶରେ ହେବ ପ୍ରସାରଣ; ଭାରତରେ ୭ଟି ଭାଷାରେ ଶୁଣିବାକୁ ମିଳିବ କମେଣ୍ଟ୍ରି

ଲଣ୍ଡନ : ୨୦୧୯ ବିଶ୍ୱକପ କ୍ରିକେଟର ତାରିଖ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ସାରା ଦୁନିଆର କ୍ରିକେଟପ୍ରେମୀଙ୍କ ନିକଟରେ ବିଶ୍ୱକପ କ୍ରିକେଟକୁ  ପହଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଗତକାଲି ପ୍ରସାରଣ ଏବଂ ଡିଜିଟାଲ୍ ବିତରଣ ଯୋଜନାର ଘୋଷଣା କରାଯାଇଛି ।  ଚଳିତ ଥର ଆଫଗାନିସ୍ତାନରେ ପ୍ରଥମ ଥର ପାଇଁ ବିଶ୍ୱକପର ସିଧା ପ୍ରସାରଣ ହେବ।

News18.com

ଏହି ଯୋଜନା ଅନୁଯାୟୀ, ପ୍ରଂଶସକମାନଙ୍କ ପାଖରେ କ୍ରିକେଟକୁ  ପହଞ୍ଚାଇବା ପାଇଁ ଟେଲିଭିଜନ୍, ରେଡିଓ ଏବଂ ଡିଜିଟାଲ୍ ମାଧ୍ୟମ ବ୍ୟତୀତ ସମାଚାର, ସିନେମା, ଫ୍ୟାନ୍ ପାର୍କର ଘୋଷଣା କରାଯାଇଛି । ଆଇସିସି ବିଶ୍ୱକପ୍ ୨୦୧୯ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ବ୍ୟତୀତ ଅନ୍ୟ ୨୫ଟି ଚ୍ୟାନେଲ ଦ୍ୱାରା ୨୦୦ରୁ ଅଧିକ ଦେଶରେ କରାଯିବ । ତେବେ ଭାରତରେ ବିଶ୍ୱକପ ପ୍ରସାରଣ ୭ଟି ଭାଷାରେ କରାଯିବା ନେଇ ସୂଚନା ମିଳିଛି । ଯେଉଁଥିପାଇଁ ଷ୍ଟାର ସ୍ପୋର୍ଟସ ଦୁନିଆର ସର୍ବଶ୍ରେଷ୍ଠ କମେଣ୍ଟ୍ରେଟରଙ୍କର ଏକ ଟିମ୍ ପ୍ରସ୍ତୁତ କରିଛି । ଏଥିରେ ପାଖାପାଖି ୫୦ ଜଣ କମେଣ୍ଟ୍ରେଟର ସାମିଲ ଅଛନ୍ତି । ଷ୍ଟାର ସ୍ପୋର୍ଟସ ଭାରତରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ବାଂଲା ଏବଂ ମରାଠି ଭାଷାରେ ବିଶ୍ୱକପର ପ୍ରସାରଣ କରାଯିବ।

ସମ୍ବନ୍ଧିତ ଖବର