ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ସହ-ପ୍ରତିଷ୍ଠାତା ରାଣା କପୁର ଏବଂ ତାଙ୍କ ପରିବାରର ଲଣ୍ଡନ, ନ୍ୟୁୟର୍କ ଏବଂ ମୁମ୍ବାଇରେ ଥିବା ସମ୍ପତ୍ତି ସମେତ ୧୪୦୦ କୋଟିରୁ ଅଧିକ ସମ୍ପତ୍ତି ମନି ଲଣ୍ଡରିଂ ଆଇନ ଅନୁଯାୟୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି। ଏହା ସହ ଯାଞ୍ଚ ଏଜେନ୍ସି ଦ୍ବାରା ଡିଏଚଏଫଏଲ ପ୍ରମୋଟର କପିଲ ଏବଂ ଧୀରଜ ୱାଧୱାନଙ୍କ ୧୪୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି।
oneindiaରାଣା କପୁର ଏବଂ ତାଙ୍କ ପରିବାରର ଜବତ ହୋଇଥିବା ସମ୍ପତ୍ତିରେ ଏକ ଆବାସିକ କୋଠା ଏବଂ ମୁମ୍ବାଇରେ ଥିବା ଅନେକ ଫ୍ଲାଟ ଅନ୍ତର୍ଭୁକ୍ତ | ଏହା ସହ ଦିଲ୍ଲୀର ଅମୃତା ଶେର୍ଗିଲ ମାର୍ଗରେ ଥିବା ୬୮୫ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ଜବତ କରାଯିବା ସହ ଜମା ଥିବା ୫୦କୋଟି ଟଙ୍କା ମଧ୍ୟ ଜବତ କରାଯାଇଛି। ସେହିଭଳି ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ଜାରି କରାଯାଇଥିବା ଏକ ଅସ୍ଥାୟୀ ଆଦେଶର ଅଂଶ ଭାବରେ ଯାଞ୍ଚ ଏଜେନ୍ସି ଦ୍ବାରା ଡିଏଚଏଫଏଲ ପ୍ରମୋଟର କପିଲ ଏବଂ ଧୀରଜ ୱାଧୱାନଙ୍କ ୧୪୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି । ଏଥିରେ ୧୨ଟି ଆପାର୍ଟମେଣ୍ଟ, ପୁଣେରେ ଜମି, ଲଣ୍ଡନ, ଅଷ୍ଟ୍ରେଲିଆ ଏବଂ ନ୍ୟୁୟର୍କର ସମ୍ପତ୍ତି ଅନ୍ତର୍ଭୁକ୍ତ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-68.jpg)