ଅନ୍ତରାଷ୍ଟ୍ରୀୟ  କ୍ରିକେଟରୁ ଅବସର ନେଲେ ଯୁବରାଜ୍ ସିଂ

ମୁମ୍ବାଇ : ଅନ୍ତରାଷ୍ଟ୍ରୀୟ  କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଯୁବରାଜ୍ ସିଂ । ଏକ ସାମ୍ବାଦିକ ସମ୍ମିଳନୀ  କରି  ଅବସର ବିଷୟରେ ଘୋଷଣା କରିଛନ୍ତି ଯୁବରାଜ ।  ସେ କହିଛନ୍ତି, ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି । କେବେ ବି ହାର ମାନି ନାହାନ୍ତି । ତେବେ ଅବସର ଘୋଷଣା ସମୟରେ ଯୁବରାଜ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି । ୨୦୧୧ ବିଶ୍ୱକପ୍ ତାଙ୍କ ପାଇଁ ସ୍ୱପ୍ନ ଥିଲା ବୋଲି କହିଛନ୍ତି ।

ଭାରତକୁ ୨୦୦୭ ଟି-୨୦ ବିଶ୍ବକପ୍  ଓ ୨୦୧୧ କ୍ରିକେଟ ବିଶ୍ବକପରେ ହିରୋ ସାଜିଥିବା ଯୁବରାଜ ସିଂ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଯୁବରାଜ ସିଂ ମୁମ୍ବାଇର ସାଉଥ୍ ହୋଟେଲରେ ସାମ୍ବାଦିକ ସମ୍ମିଳନୀ  କରି ଏହି  ଘୋଷଣା କରିଛନ୍ତି ।  ନିଜ କ୍ରିକେଟ କ୍ୟାରିୟରରେ  ଯୁବରାଜ ମୋଟ୍ ୩୦୪ଟି ଦିନିକିଆ , ୪୦ଟି ଟେଷ୍ଟ ଓ ୫୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

India Today

ସୂଚନା ଅନୁସାରେ ଯୁବରାଜ ସିଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଆଇସିସି ମାନ୍ୟତା ପ୍ରାପ୍ତ ବିଦେଶୀ ଟି-୨୦ ଲିଗରେ ଖେଳିବା ପାଇଁ ଚାହୁଁଛନ୍ତି । ଯୁବରାଜ ଟି-୨୦ ଲିଗରେ ଫ୍ରିଲାନ୍ସ କ୍ରିକେଟର ରୂପରେ ଖେଳିବାର ସମ୍ଭାବନା ରହିଛି । ଯୁବରାଜ ସିଂ ୨୦୧୯ ବିଶ୍ବକପ୍  ଖେଳିବା ପାଇଁ ଆଗ୍ରହୀ ଥିଲେ, ମାତ୍ର  ଖରାପ ଫର୍ମ ଓ ଫିଟନେସ୍ କାରଣରୁ ତାଙ୍କ ବିଶ୍ୱକପ୍ ଖେଳିବା ସ୍ୱପ୍ନ ଅଧୁରା ରହିଗଲା ।

ସମ୍ବନ୍ଧିତ ଖବର