ମୁମ୍ବାଇ: ବଲିଉଡ଼୍ରେ ପ୍ରତିବର୍ଷ କେତୋଟି ହରର୍ ସିନେମା ନିର୍ମିତ ହେଉଛି।ଏଥିମଧ୍ୟରୁ ଅଧିକାଂଶ ସିନେମାରେ କଥାବସ୍ତୁ ଭୂତପ୍ରେତ ଉପରେ ଅଧାରିତ।ଏଡି ଫିଲ୍ମଗୁଡ଼ିକ ବେଳେ ବେଳେ ଫ୍ଲପ୍ ବି ହୋଇଥାଏ। ତଥାପି ଏବେ ବି ଏହି ଧାରା ଅବ୍ୟାହତ ରହିଛି।
ସଂପ୍ରତି ମୁକ୍ତି ପ୍ରତୀକ୍ଷାରେ ରହିଛି ଏଭଳି ଏକ ହରର୍ ହିନ୍ଦୀ ସିନେମା ଯାହାର ଟାଇଟଲ ହେଲା ‘୧୯୨୧’।ଏଥିରେ ମେଲ୍ ଲିଡ଼୍ରେ ଅଛନ୍ତି କରଣ କୁନ୍ଦ୍ରା ଏବଂ ଫିମେଲ୍ ଲିଡ଼୍ରେ ଅଛନ୍ତି ଜରିନ୍ ଖାନ୍। ସଲମାନ୍ ଖାନ୍ଙ୍କ ବିପକ୍ଷରେ ପ୍ରଖ୍ୟାତ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ବୀର୍’ରେ ନାୟିକା ଭୂମିକା ନିଭାଇ ବଲିଉଡ଼୍ରେ କ୍ୟାରିଅର୍ ଆରମ୍ଭ କରିଥିଲେ ଜରିନ୍।ଏହାପରେ ତାଙ୍କୁ ‘ଅକ୍ସର୍-୨’ ଭଳି ହଟ୍ ଆଣ୍ଡ୍ ବୋଲ୍ଡ଼ ଫିଲ୍ମରେ ଦେଖିବାକୁ ପାଇଥିଲେ ଦର୍ଶକ। ଏହି ସିନେମାରେ ସେ ଅଙ୍ଗ ପ୍ରଦର୍ଶନ ଏବଂ ସାଥୀ କଳାକାରଙ୍କ ସହ ଚୁମ୍ବନ ଦୃଶ୍ୟ ତଥା ହଟ୍ ସିନ୍ ଦେଇ ସମସ୍ତ ଲକ୍ଷ୍ମଣରେଖା ଟପି ଯାଇଥିଲେ ବୋଲି କୁହାଗଲା।
/sambad/media/post_attachments/wp-content/uploads/2018/01/Zareen_KHantimesnow-300x211.jpg)
ସେ ଯାହା ହେଉନା କାହିଁକି ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘୧୯୨୧’ରେ ନିଜର ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଜରିନ୍।ସେ କହିଛନ୍ତି ଯେ,କେବେ ହେଲେ ତାଙ୍କର ଭୂତପ୍ରେତରେ ବିଶ୍ୱାସ ନାହିଁ,ମାତ୍ର ଯେତେବେଳେ ବି ଫିଲ୍ମର ସୁଟିଂ ସେଟ୍କୁ ଯାଉଥିଲେ,ତାଙ୍କ ମନରେ ଭୂତର ଅଜଣା ଭୟ ରହୁଥିଲା।ଏଥିପାଇଁ ସେ ସବୁବେଳେ ଆଶଙ୍କିତରେ ଅବସ୍ଥାରେ ରହୁଥିଲେ।ଯଦିଓ ସେ ଜାଣିଥିଲେ ଯେ, ଫିଲ୍ମରେ ଭୂତ ଭୂମିକାରେ ଅଭିନୟ କରୁଥିବା ଜଣେ ବ୍ୟକ୍ତି ତାଙ୍କର ସହ କଳାକାର ,ତଥାପି ସେ ଡ଼ରୁଥିଲେ ବୋଲି କହିଛନ୍ତି ଜରିନ୍ ଖାନ୍।