ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ନିକଟସ୍ଥ ଏକ ପରିତ୍ୟକ୍ତ ପଥର ଖାଦାନରେ ପଡିଛି ମୃତଦେହ। ମୃତ ଯୁବକ ହେଲେ ଆଠଗଥାନା ଅନ୍ତର୍ଗତ ବୀରକିଶୋରପୁର ଅଞ୍ଚଳର ସୂର୍ଯ୍ୟ ନାରାୟଣ ତ୍ରିପାଠୀ। ସେ ଢେଙ୍କାନାଳର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଗତ ୨୮ ତାରିଖରୁ କାର୍ଯ୍ୟସ୍ଥଳୀକୁ ଆସି ଆଉ ଘରକୁ ଫେରି ନଥିଲେ ସୂର୍ଯ୍ୟ। ଏନେଇ ପରିବାର ପକ୍ଷରୁ ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ଆଜି ପଦ୍ମନାଭପୁରର ଏକ ପରିତ୍ୟକ୍ତ ପଥର ଖାଦାନରୁ ମିଳିଛି ସୂର୍ଯ୍ୟଙ୍କ ମୃତଦେହ। ତେବେ ପୁଲିସକୁ ବାରମ୍ଵାର ସୂର୍ଯ୍ୟଙ୍କ ସମ୍ପର୍କରେ ଜଣାଇବା ସତ୍ତ୍ୱେ ଏବଂ ଗୁହାରି କରିବା ସତ୍ତ୍ୱେ ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ପରିବାର ଲୋକେ। କିନ୍ତୁ ଢେଙ୍କାନାଳ ଏସପି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ତଦନ୍ତ କରିବ। ଏହା ପଛରେ ହତ୍ୟା ଷଡ଼ଯନ୍ତ୍ର କଣ ରହିଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା କୁହାଯାଇଛି।