ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ ବିରତୋଳା ପଥପ୍ରାନ୍ତ ବିଶ୍ରାମ ଗୃହ ସମ୍ମୁଖରେ ଏକ ଟାଇଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଡାଲା ଉପରେ ବସିଥିବା ୨ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟ ଘଟିଥିବା ବେଳେ ଚାଳକଙ୍କ ସହ ଅନ୍ୟ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି।
ଦ୍ରୁତଗତି ମହାବିପତ୍ତି। ରାସ୍ତାରେ ଯିବାବେବେ ଜୀବନ ଓ ଗାଡ଼ିର ଗତିକୁ ଠିକ୍ରେ ନବୁଝି ଆଗକୁ ବଢ଼ିଲେ ଦୁର୍ଘଟଣା ହେବାର ଆଶଙ୍କା ରହୁଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଚାନ୍ଦିପୋଷ ଅଞ୍ଚଳରେ ଘଟିଥିବା ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଗୁରୁତର ଅଛନ୍ତି।
ମିଳିଥିବା ସୂଚନା ମୁତାବକ ପିକ୍ଅପ୍ ଭ୍ୟାନ୍ (ଓଡି ୧୪ଏ ଜି ୪୮୬୩) ଟାଇଲ ବୋଝେଇ ଗାଡ଼ି ରାଉରକେଲାରୁ ବଣାଇଁ ଆଡେ ଆସୁଥିଲା ଏବଂ ବିରତୋଳା ପଥପ୍ରାନ୍ତ ବିଶ୍ରାମ ଗୃହ ସମ୍ମୁଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗୁରୁତରଙ୍କୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ଙ୍କ ଆମ୍ବୁଲାନ୍ସ ସାହାଯ୍ୟରେ ଲହୁଣୀପଡ଼ା ଡାକ୍ତରଖାନା ନିଆଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
Accident