ଲକ୍ଷ୍ନୌ: ମରିଗଲା ମାନବିକତା। ପାଇଲ୍ସ ପାଇଁ ଛୁଟି ମାଗିଥିଲେ ଲୋକୋ ପାଇଲଟ। ପ୍ରମାଣ ଦେବାକୁ କହିଲେ ବରିଷ୍ଠ ଅଧିକାରୀ। ରାଗରେ ପ୍ୟାଣ୍ଟ ଖୋଲି ଦେଲେ ପାଇଲ୍ସ ପୀଡିତ। ଘଟଣାଟି ଘଟିଛି ଲକ୍ଷ୍ନୌରେ। ପାଇଲ୍ସର ଅପରେସନ ହେବା ପରେ ବିଶ୍ରାମ ପାଇଁ କହିଥିଲେ ଡାକ୍ତର। ଏଥିପାଇଁ ଛୁଟି ନେବାକୁ ବରିଷ୍ଠ ଅଧିକାରୀଙ୍କୁ ଦରଖାସ୍ତ ଲେଖିଥିଲେ ଲୋକୋ ପାଇଲଟ। ଛୁଟି ନେବାର ଏହା ଏକ ବାହାନା ବୋଲି କହି ତାଙ୍କ ଦରଖାସ୍ତକୁ ଗ୍ରହଣ କରାଯାଇନଥିଲା। ଏମିତିକି ସେ ସତ କହୁଛନ୍ତି ‌କି ନାହିଁ ତାହାର ପ୍ରମାଣ ଦେବାକୁ କୁହାଯାଇଥିଲା। ବାରମ୍ବାର ନିବେଦନ କରିବା ସତ୍ତ୍ବେ ଛୁଟି ନମିଳିବାରୁ ରାଗରେ ଲୋକୋ ପାଇଲଟ ଏଭଳି କରିଥିବା ସାମ୍ନାକୁ ଆସିଛି। 

Advertisment