ନୂଆଦିଲ୍ଲୀ: ମାଡ଼ି ଆସୁଥିଲା ନିଆଁ। ଅଣନିଶ୍ବାସୀ କରିବା ସହ କଳା ବାଦଲ ପରି ଘେରିଯାଇଥିଲା ଧୁଆଁ। ତଳେ ଚିତ୍କାର କରି ଚାଲିଥିଲେ ଲୋକେ। କୁକୁରକୁ ଛାଡ଼ି ତୁମେ ତଳକୁ ସୁରକ୍ଷିତ ଆସିଯାଅ ବୋଲି କହିଥିଲେ ପଡୋଶୀ। ହେଲେ କାହା କଥା ଶୁଣିନଥିଲେ ମହିଳା। ଯିବି ତ ୨ପୋଷା କୁକୁରଙ୍କୁ ସାଙ୍ଗରେ ନେଇ ଯିବି ବୋଲି ନିଷ୍ପତ୍ତି ନେଇସାରିଥିଲେ ମହିଳା। ତଳେ ଠିଆ ହୋଇ ଚିତ୍କାର କରୁଥିବା ଲୋକଙ୍କ ଛାତି ଥରି ଉଠୁଥିଲା। ହେଲେ ଡ଼ରି ନଥିଲେ ଫିଲିପାଇନ୍ସର ଏହି ମହିଳା।
ତାଙ୍କର ସାହାସିକତାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ପ୍ରତି ସୋସିଆଲ ମିଡିଆରେ ଏବେ ଛାଇ ଯାଇଛନ୍ତି ମହିଳା। ନିଆଁର ଚାଦର ଭିତରୁ ସେ କିଭଳି ସାହସର ସହ ବାହାରକୁ ଆସିଥିଲେ, ତାହା ଦେଖୁଛି ବିଶ୍ବ। ହୃଦ୍ ସ୍ପନ୍ଦନ ବନ୍ଦ କରିଦେବା ଭଳି ଏହି ଘଟଣାଟି ଘଟିଥିଲା ଫିଲିପାଇନ୍ସର ମଣ୍ଡାଓ ସହରରେ।
ଆହୁରି ପଢ଼ନ୍ତୁ: IndiGo Airlines: ଏକାଧିକ ବିମାନ ବାତିଲ୍ ହେବା ପରେ ୪ Flight Operations Inspectorsଙ୍କୁ ନିଲମ୍ବିତ କଲା DGCA
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)