ନୂଆଦିଲ୍ଲୀ: ପ୍ୟାକେଟ୍ ସହ ରୋଷେଇ କରିଦେଲେ ରୋଷେୟା। ଜରିରୁ ଚିକେନ୍ ନଖୋଲି କଲେ ତରକାରୀ।ପ୍ରେସର କୁକର ଦେଖି ମୁଣ୍ଡ ପିଟିଲେ ‌ଯୁବକ। ଏଭଳି ଅଜବ ଘଟଣାର ଭିଡିଓ ଏବେ ସୋ‌ସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘରେ କାମ କରୁଥିବା ରୋଷେୟା ଏଭଳି କାମ ‌କରିଦେଇଛନ୍ତି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ‌ଲୋକେ। କେବଳ ଲୋକ କାହିଁକି, ମାଲିକ ନିଜେ ମଧ୍ୟ ମୁଣ୍ଡରେ ହାତ ଦେଇଛନ୍ତି। ଏଭଳି କାମ କରିଥିବା ରୋଷେୟାକୁ ସେ କ’ଣ ଦଣ୍ଡ ଦେବେ ବୋଲି ଭିଡିଓ ସେୟାର କରି ପଚାରିଛନ୍ତି। 

Advertisment