ଚିଞ୍ଚୱାଡ: ଅନ୍ୟମନସ୍କ ହେବାରୁ ଚାଲିଗଲା ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଜୀବନ। ରାସ୍ତା କାମ ଚାଲିଥିବା ବେଳେ ଘଟିଲା ଦୁର୍ଘଟଣା। ଫୋନ ଦେଖୁଥିବାରୁ ଗାଡ଼ି ପଛୁଆ ଆସୁଥିବା ଜାଣିପାରିନଥିଲେ ମୃତକ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଛାତି ଥରା ଘଟଣାଟି ଘଟିଛି ପୁଣେର ଚିଞ୍ଚୱାଡ ଅଞ୍ଚଳରେ। ପୂରା ଘଟଣାଟି ସିସିଟିଭିରେ କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହେଉଛି। ନିଜ ଅସାବଧାନତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ଅନ୍ୟ ଏକ ଭିଡିଓ ଦେଖନ୍ତୁ :